ନୂଆଦିଲ୍ଲୀ : ଶନିବାର ଦେଶର ଅନେକ ସ୍ଥାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରାତି ୯.୩୧ ମିନିଟରେ ଭୂକମ୍ପର ତୀବ୍ର ଝଟକା ଦିଲ୍ଲୀ ଏନସିଆରରୁ ନେଇ କାଶ୍ମୀର ପର୍ଯ୍ୟନ୍ତ ଅନୁଭୂତ ହୋଇଛି। ଦିଲ୍ଲୀରୁ କିସ୍ତାନ ଓ ଲାହୋର ଏବଂ ଆଫଗାନିସ୍ତାନ ପର୍ଯ୍ୟନ୍ତ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁ କୁଶ ଥିଲା ବୋଲି ଜଣାପଡିଛି। ଭୂକମ୍ପର ତୀବ୍ରତା ୫.୮ ରେକର୍ଡ କରାଯାଇଛି ।
ମିଳିଥିବା ସୂଚନା ମୁତାବକ ଦିଲ୍ଲୀ-ଏନସିଆରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୟରେ ଲୋକେ ଘରୁ ବାହାରି ଆସିଥିଲେ। ପାକିସ୍ତାନ, ଆଫଗାନିସ୍ତାନ ଓ ଭାରତରେ ଏକା ସହିତ ଏହି ଝଟକା ଅନୁଭୂତ ହୋଇଛି ।