କେରଳରେ ‘ଟମାଟୋ ଫ୍ଲୁ’: ୮୦ରୁ ଊର୍ଦ୍ଧ୍ବ ଶିଶୁ ଆକ୍ରାନ୍ତ

ତିରୁଅନନ୍ତପୁରମ : କରୋନା ପରେ କେରଳରେ ଟମାଟୋ ଫ୍ଲୁର ଆତଙ୍କ ଦେଖାଦେଇଛି। କେରଳର ବହୁ ଜିଲ୍ଲାରେ ଏହି ରୋଗ ବ୍ୟାପିବାରେ ଲାଗିଛି। ବୁଧବାର ରାତି ସୁଦ୍ଧା ବୟସ ୫ ବର୍ଷରୁ କମ୍‌ ବୟସର ୮୦ରୁ ଊର୍ଦ୍ଧ୍ବ ଶିଶୁ ଏଥିରେ ସଂକ୍ରମିତ ହେଲେଣି। ଏହା ଜଣାପଡିବା ପରେ ମେଡିକାଲ ଟିମ୍‌କୁ ଉକ୍ତ ଅଞ୍ଚଳକୁ ପଠାଯାଇଛି। ସେମାନେ ନମୁନା ସଂଗ୍ରହ କରି ପରୀକ୍ଷଣ ଜାରି ରଖିଛନ୍ତି। ଏହାର ଯାଞ୍ଚ ଏବଂ ଚିକିତ୍ସା ଲାଗି ୨୪ ସଦସ୍ୟ ବିଶିଷ୍ଟ ଟିମ୍‌ ଗଠନ […]

ତିରୁଅନନ୍ତପୁରମ : କରୋନା ପରେ କେରଳରେ ଟମାଟୋ ଫ୍ଲୁର ଆତଙ୍କ ଦେଖାଦେଇଛି। କେରଳର ବହୁ ଜିଲ୍ଲାରେ ଏହି ରୋଗ ବ୍ୟାପିବାରେ ଲାଗିଛି। ବୁଧବାର ରାତି ସୁଦ୍ଧା ବୟସ ୫ ବର୍ଷରୁ କମ୍‌ ବୟସର ୮୦ରୁ ଊର୍ଦ୍ଧ୍ବ ଶିଶୁ ଏଥିରେ ସଂକ୍ରମିତ ହେଲେଣି। ଏହା ଜଣାପଡିବା ପରେ ମେଡିକାଲ ଟିମ୍‌କୁ ଉକ୍ତ ଅଞ୍ଚଳକୁ ପଠାଯାଇଛି। ସେମାନେ ନମୁନା ସଂଗ୍ରହ କରି ପରୀକ୍ଷଣ ଜାରି ରଖିଛନ୍ତି। ଏହାର ଯାଞ୍ଚ ଏବଂ ଚିକିତ୍ସା ଲାଗି ୨୪ ସଦସ୍ୟ ବିଶିଷ୍ଟ ଟିମ୍‌ ଗଠନ କରାଯାଇଛି। ଟମାଟୋ ଫ୍ଲୁ ହେଉଛି ଏକ ପ୍ରକାର ଜ୍ବାର ଯାହା ପାଞ୍ଚ ବର୍ଷରୁ କମ ଶିଶୁଙ୍କ ମଧ୍ୟରେ ଦେଖିବାକୁ ମିଳିଛି। ଏଥିରେ ସଂକ୍ରମିତ ଶିଶୁଙ୍କ ହାତ ଏବଂ ଗୋଡରେ ଲାଲ ଚିହ୍ନ ଦେଖା ଦେବା ସହିତ ଶରୀର କୁଣ୍ଡେଇ ହୋଇ ଥଣ୍ଡାକାଶ, ଡାଇରିଏ ଲାଗି ରହିଥାଏ। ନାଲି ଭଳି ଫୁଲି ଯାଉଥଇବାରୁ ଏହାକୁ ଟମାଟୋ ଫ୍ଲୁ କୁହାଯାଉଛି।

About The Author: The Sakala