ଆଜି ସ୍ଥଳ ସେନା ପ୍ରତିଷ୍ଠା ଦିବସ

ଖରା, ବର୍ଷା, ଶୀତକୁ ଖାତିର ନ କରି ସେମାନେ ଦିନରାତି ସୀମାରେ ପଇଁତରା ମାରନ୍ତି। ସେମାନେ ସୀମାନ୍ତର ଜାଗ୍ରତ ପ୍ରହରୀ। କୌଣସି ମୁହୂର୍ତ୍ତରେ ମଧ୍ୟ ଶତ୍ରୁପକ୍ଷର ଗୁଳିରେ ସେମାନଙ୍କ ଜୀବନ ଚାଲିଯାଇପାରେ। ତଥାପି ନିଜ ଜୀବନକୁ ବାଜି ଲଗାଇ ସେମାନେ ଦେଶର ସୁରକ୍ଷା କବଚ ସାଜିଛନ୍ତି। ସେନା ଦିବସ ଅବସରରେ ଏହି ବୀର ଯବାନମାନଙ୍କୁ ସଲାମ। ଭାରତୀୟ ସେନାର ପରାକାଷ୍ଠା ଓ ପରାକ୍ରମର ସମ୍ମାନ ପାଇଁ ପ୍ରତିବର୍ଷ ଜାନୁଆରୀ ୧୫କୁ ସ୍ଥଳସେନା ଦିବସ ରୂପେ ପାଳନ କରାଯାଏ […]

ଖରା, ବର୍ଷା, ଶୀତକୁ ଖାତିର ନ କରି ସେମାନେ ଦିନରାତି ସୀମାରେ ପଇଁତରା ମାରନ୍ତି। ସେମାନେ ସୀମାନ୍ତର ଜାଗ୍ରତ ପ୍ରହରୀ। କୌଣସି ମୁହୂର୍ତ୍ତରେ ମଧ୍ୟ ଶତ୍ରୁପକ୍ଷର ଗୁଳିରେ ସେମାନଙ୍କ ଜୀବନ ଚାଲିଯାଇପାରେ। ତଥାପି ନିଜ ଜୀବନକୁ ବାଜି ଲଗାଇ ସେମାନେ ଦେଶର ସୁରକ୍ଷା କବଚ ସାଜିଛନ୍ତି। ସେନା ଦିବସ ଅବସରରେ ଏହି ବୀର ଯବାନମାନଙ୍କୁ ସଲାମ। ଭାରତୀୟ ସେନାର ପରାକାଷ୍ଠା ଓ ପରାକ୍ରମର ସମ୍ମାନ ପାଇଁ ପ୍ରତିବର୍ଷ ଜାନୁଆରୀ ୧୫କୁ ସ୍ଥଳସେନା ଦିବସ ରୂପେ ପାଳନ କରାଯାଏ । ୧୯୪୯ ମସିହା ଆଜିର ଦିନରେ ଭାରତର ଶେଷ ବ୍ରିଟିଶ କମାଣ୍ଡର ଇନ୍ ଚିଫ୍ ସାର୍ ଫ୍ରାନସିସ ବୁଚରଙ୍କଠାରୁ ଭାରତର ଫିଲ୍ଡ ମାର୍ଶଲ କେ. ଏମ୍. କରିଅପ୍ପା ଦାୟିତ୍ୱ ଗ୍ରହଣ କରିଥିଲେ । 

କରିଅପ୍ପା ଥିଲେ ଭାରତୀୟ ସେନାର ପ୍ରଥମ କମାଣ୍ଡର ଇନ୍ ଚିଫ୍ । କରିଅାପ୍ପା ୧୯୪୭ ମସିହାରେ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧରେ ତାଙ୍କର ଅଦମ୍ୟ ସାହସ ଓ ଦମଦାର ନେତୃତ୍ୱର ପରିଚୟ ଦେଇଥିଲେ। ତାଙ୍କ ନେତୃତ୍ୱରେ ଭାରତ ଜୋଜିଲା, ଦ୍ରାସ ଓ କାରଗିଲରେ ପାକିସ୍ତାନୀ ସେନାଙ୍କୁ ହରାଇଥିଲା। ସ୍ଥଳ ସେନା ଦିବସରେ ଦେଶ ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ସହିଦଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ କରାଯାଇଥାଏ।  ଆଜି ଦେଶବ୍ୟାପୀ ବିଭିନ୍ନ ସେନା ଶିବିରରେ ଏହି ଦିବସ ପାଳନ କରାଯାଉଛି।   ଆଜି ସ୍ଥଳସେନା ଦିବସ ଅବସରରେ ସବୁଠି ସହିଦଙ୍କୁ ମନେ ପକାଇ ସେମାନଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

About The Author: The Sakala