ଆଜି ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-୩, ସନ୍ଧ୍ୟା ୭ଟାରେ ହେବ ଲୁନାର ଅରବିଟ ଇଞ୍ଜେକସନ

ନୂଆଦିଲ୍ଲୀ: ଆଜି ଚନ୍ଦ୍ରଯାନ ମିଶନର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦିନ । ଆଜି ଚନ୍ଦ୍ର କକ୍ଷପଥରେ ପହଞ୍ଚିବ ଚନ୍ଦ୍ରଯାନ-୩ । ସଂଧ୍ୟା ୭ଟା ବେଳକୁ ଏହା ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ । ଚନ୍ଦ୍ର ଅଭିମୁଖେ ଗତ ମାସ ୧୪ ତାରିଖରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଦ୍ବାରା ଆରମ୍ଭ ହୋଇଥିବା ଅଭିଯାନ ବର୍ତ୍ତମାନ ସୁଦ୍ଧା ସଫଳ ରହିଛି। ଚନ୍ଦ୍ର ଅଭିମୁଖେ ଗତି କରୁଥିବା ଚନ୍ଦ୍ରଯାନ-୩ ବର୍ତ୍ତମାନ ସୁଦ୍ଧା ନିର୍ଦ୍ଦିଷ୍ଟ ପଥରେ ଗତି କରୁଥିବା ବେଳେ ବିଭିନ୍ନ […]

ନୂଆଦିଲ୍ଲୀ: ଆଜି ଚନ୍ଦ୍ରଯାନ ମିଶନର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦିନ । ଆଜି ଚନ୍ଦ୍ର କକ୍ଷପଥରେ ପହଞ୍ଚିବ ଚନ୍ଦ୍ରଯାନ-୩ । ସଂଧ୍ୟା ୭ଟା ବେଳକୁ ଏହା ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ । ଚନ୍ଦ୍ର ଅଭିମୁଖେ ଗତ ମାସ ୧୪ ତାରିଖରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଦ୍ବାରା ଆରମ୍ଭ ହୋଇଥିବା ଅଭିଯାନ ବର୍ତ୍ତମାନ ସୁଦ୍ଧା ସଫଳ ରହିଛି। ଚନ୍ଦ୍ର ଅଭିମୁଖେ ଗତି କରୁଥିବା ଚନ୍ଦ୍ରଯାନ-୩ ବର୍ତ୍ତମାନ ସୁଦ୍ଧା ନିର୍ଦ୍ଦିଷ୍ଟ ପଥରେ ଗତି କରୁଥିବା ବେଳେ ବିଭିନ୍ନ ପର୍ଯ୍ୟାୟରେ ଏହାର ଗତିପଥକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଇସ୍ରୋ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଯାନ-୩ ଏହାର ମୋଟ ଦୂରତାର ଦୁଇ ତୃତୀୟାଂଶ ଭାଗ ଅତିକ୍ରମ କରିସାରିଥିବା ବେଳେ ପୃଥିବୀ କକ୍ଷପଥରେ ୬ଥର ପରିକ୍ରମଣ କରି ପୃଥିବୀ ମାଧ୍ୟାକର୍ଷଣ ବଳୟରୁ ବାହାରକୁ ଯାଇଛି। ଶୁକ୍ରବାର ସୁଦ୍ଧା ଚନ୍ଦ୍ରଯାନ ପୃଥିବୀ ଏବଂ ଚନ୍ଦ୍ର କକ୍ଷପଥ ମଧ୍ୟରେ ଗତି କରୁଥିଲେ ହେଁ ଆଜି ଏହା ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ। ଯାହାକି ଏହି ମିଶନ ପାଇଁ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦିଗ।

ଆଜି ସନ୍ଧ୍ୟା ୭ଟା ସୁଦ୍ଧା ଏହା ଚନ୍ଦ୍ରକକ୍ଷ ପଥରେ ପ୍ରବେଶ କରିବା ନେଇ ଶୁକ୍ରବାର ଇସ୍ରୋ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ତେବେ ଏହିକ୍ରମରେ ଚନ୍ଦ୍ରଯାନର ‘ଥ୍ରଷ୍ଟର’କୁ ସକ୍ରିୟ କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ସେଥିପାଇଁ ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ସଫଳତାର ସହ ଚନ୍ଦ୍ରଯାନକୁ ଚନ୍ଦ୍ର କକ୍ଷପଥରେ ଅବସ୍ଥାପନ କରାଯିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବା ପରେ ଏହା ବିଭିନ୍ନ ପର୍ଯ୍ୟାୟରେ ପରିକ୍ରମଣ କରି ଶେଷରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

About The Author: The Sakala