ନୂଆଦିଲ୍ଲୀ: ଦେଶରେ ବାଘ ଶିକାର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ତିନି ବର୍ଷରେ ଶହେରୁ ଅଧିକ ବାଘଙ୍କୁ ଶିକାର କରାଯାଇଛି। ଏହି ମାମଲାରେ ଅନେକ ଲୋକଙ୍କୁ ଗିରଫ କରାଯାଇଛି। ୪ଟି କେନ୍ଦ୍ରୀୟ ଏଜେନ୍ସି ତଥାପି ମାମଲା ହ୍ରାସ ପାଉ ନାହିଁ। ବାଘ ଶିକାର ପାଇଁ ସାରା ଦେଶରେ ଏକ ଗ୍ୟାଙ୍ଗ କାର୍ଯ୍ୟ କରୁଛି। ବାଘ ଥିବା ଅଞ୍ଚଳରେ ଏହାର ସଦସ୍ୟ ଘୂରି ବୁଲୁଛନ୍ତି। ଏମାନେ ଶିକାରୀଙ୍କୁ ହାତ କରି ଚୁକ୍ତି କରୁଛନ୍ତି। ଶିକାର ପରେ ଦଲାଲଙ୍କ ମାଧ୍ୟମରେ ବାଘ ଚର୍ମ, ନଖ ଏବଂ ହାଡକୁ ପଲିଥିନରେ ପ୍ୟାକ କରି ବସ୍ ଏବଂ ଟ୍ରେନ ମାଧ୍ୟମରେ ନିର୍ଦ୍ଦିଷ୍ଟ ସ୍ଥାନକୁ ପଠାଉଛନ୍ତି। ପରେ ଏହାକୁ ନେପାଳ ଏବଂ ମ୍ୟାମାଁର ପଠାଯାଉଛି। ଏହି ଗ୍ୟାଙ୍ଗ ମଧ୍ୟ-ଭାରତରେ କିଛି ଆଦିବାସୀଙ୍କ ସହ ହାତ ମିଶାଇଛି। ଟଙ୍କା ଦେଣନେଣ ପାଇଁ ହାୱାଲା ଏବଂ ଡିଜିଟାଲ ପେମେଣ୍ଟ ବ୍ୟବହାର କରାଯାଉଛି। ୨୦୨୨ରୁ ଏ ପର୍ଯ୍ୟନ୍ତ ଶହେରୁ ଅଧିକ ବାଘ ମାରି ବିଦେଶ ପଠାଯାଇଛି। ଅସ୍ତ୍ରଶସ୍ତ୍ର ଏବଂ ନିଶା ବ୍ୟବସାୟୀଙ୍କ ସହ ମିଶି ଏହି ସିଣ୍ଡିକେଟ ଚାଲିଛି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି।
ଦେଶରେ ବଢୁଛି ବାଘ ଶିକାର, ୩ ବର୍ଷରେ ଶହେରୁ ଅଧିକ ବାଘଙ୍କୁ କରାଗଲାଣି ଶିକାର…
ନୂଆଦିଲ୍ଲୀ: ଦେଶରେ ବାଘ ଶିକାର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ତିନି ବର୍ଷରେ ଶହେରୁ ଅଧିକ ବାଘଙ୍କୁ ଶିକାର କରାଯାଇଛି। ଏହି ମାମଲାରେ ଅନେକ ଲୋକଙ୍କୁ ଗିରଫ କରାଯାଇଛି। ୪ଟି କେନ୍ଦ୍ରୀୟ ଏଜେନ୍ସି ତଥାପି ମାମଲା ହ୍ରାସ ପାଉ ନାହିଁ। ବାଘ ଶିକାର ପାଇଁ ସାରା ଦେଶରେ ଏକ ଗ୍ୟାଙ୍ଗ କାର୍ଯ୍ୟ କରୁଛି। ବାଘ ଥିବା ଅଞ୍ଚଳରେ ଏହାର ସଦସ୍ୟ ଘୂରି ବୁଲୁଛନ୍ତି। ଏମାନେ ଶିକାରୀଙ୍କୁ ହାତ କରି ଚୁକ୍ତି କରୁଛନ୍ତି। ଶିକାର ପରେ […]