ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଦୁଇଟି ଏନକାଉଣ୍ଟର ହୋଇଛି। ଶ୍ରୀନଗର ଏବଂ କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ଆତଙ୍କବାଦୀଙ୍କ ମୁକାବିଲା ହୋଇଥିଲା। ଏଥିରେ ଯବାନଙ୍କ ଗୁଳିଲେ ୨ ହିଜବୁଲ ମୁଜାହିଦିନ ଆତଙ୍କବାଦୀ ନିପାତ ହୋଇଛନ୍ତି। ନିହତ ଆତଙ୍କବାଦୀମାନେ ହେଉଛନ୍ତି ମୁଜାହିଦୀନ୍ର ‘ଡିଷ୍ଟ୍ରିକ୍ଟ୍ କମାଣ୍ଡର୍’ ଶିରାଜ ମୌଲବୀ ଏବଂ ଯାୱର୍ ଭଟ।
କଶ୍ମୀର ‘ଆଇପିଜି’ ବିଜୟ କୁମାର କହିଛନ୍ତି, ୨୦୧୬ରୁ ସକ୍ରିୟ ଥିବା ଶିରାଜ ନିରୀହ ତରୁଣମାନଙ୍କୁ ଆତଙ୍କବାଦୀ ରାଙ୍କ୍ ପାଇଁ ଚୟନ କରିବା ସହ କେତେକ ସାଧାରଣ ନାଗରିକଙ୍କ ହତ୍ୟା ଘଟଣାରେ ଜଡ଼ିତ ଥିଲେ। ଆମ ପାଇଁ ଏହା ଗୋଟାଏ ବଡ଼ ସଫଳତା।
ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ପୁଲିସ ଓ ସ୍ଥାନୀୟ ସେନାଧିକାରୀ ମାନେ ମିଳିତ ଭାବେ ଚଢାଉ କରିଥିଲେ । ଏହି ସମୟରେ ଆତଙ୍କବାଦୀ ମାନେ ଅଚାନକ ସେମାନଙ୍କ ଉପରେ ଗୁଳି ଚାଳନା କରିଥିଲେ । ପ୍ରତି ଯବାବରେ ସେନା ପକ୍ଷରୁ ଗୁଳି ଚାଳନା କରାଯାଇଥିଲା, ଯେଉଁଥିରେ ଦୁଇ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା ।