ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ତଥା ଜମାତ-ଉଦ-ଦାୱା ମୁଖ୍ୟ ହାଫିଜ ସଇଦକୁ ୩୧ ବର୍ଷ ଜେଲ ଦଣ୍ଡାଦେଶ। ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ଆଜି ୨ଟି ମାମଲାର ଶୁଣାଣି କରି ଜମାତ-ଉଦ-ଦାୱା ମୁଖ୍ୟ ହାଫିଜ ସଇଦକୁ ୩୧ ବର୍ଷ ଜେଲ ସଜା ଶୁଣାଇଛନ୍ତି। ଏହା ସହ କୋର୍ଟ ସଇଦର ସମସ୍ତ ସମ୍ପତ୍ତି ଜବତ କରିବାକୁ ନିର୍ଦେଶ ଦେଇଛନ୍ତି।
ଆଜି ପାକିସ୍ତାନର ଆଣ୍ଟି ଟେରର୍ କୋର୍ଟ ହାଫିଜ୍ ସଇଦଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । କୋର୍ଟ ଆଜି ୨ଟି ମାମଲାର ଶୁଣାଣି କରି ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ୍ ଜମାତ ଉଦ୍ ଦାୱା ଗ୍ରୁପର ମୁଖ୍ୟ ହାଫିଜ୍ ସଇଦ୍କୁ ୩୧ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି। ଏହା ସହ ୩.୪୦ ଲକ୍ଷ ଟଙ୍କା ଜରିମାନା ଦେବା ସହିତ କୋର୍ଟ ତାଙ୍କର ସମସ୍ତ ସମ୍ପତ୍ତିକୁ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ହେଉଛି ସେହି ହାଫିଜ୍ ସଇଦ ଯିଏକି ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ । ଯାହାର ପ୍ଲାନରେ ଥରି ଉଠିଥିଲା ମାୟାନଗରୀ ମୁମ୍ବାଇ।୨୦୦୮ ମୁମ୍ବାଇ ଆକ୍ରମଣରେ ସହିଦଙ୍କ ଜାମାତ-ଉଦ-ଦାୱା, ଲଶ୍କର-ଇ-ତାଇବାଙ୍କ ଦାୟୀ, ଯେଉଁଥିରେ ସମୁଦାୟ ୧୬୬ ଜଣଙ୍କର ମୃତ୍ୟୁ ଘଟିଥିଲା।
ଏହାପୂର୍ବରୁ ଫେବୃଆରୀ ୨୦୨୦ ରେ ହାଫିଜ ସଇଦଙ୍କୁ ଆତଙ୍କବାଦ ଆର୍ଥିକ ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ଦୁଇଟି ପୃଥକ ମାମଲାରେ ହାଫିଜ ସଇଦକୁ ସାଢେ ୬ ବର୍ଷ ଜେଲ୍ କରିବା ସହ କୋର୍ଟ ଉଭୟ ମାମଲାରେ ସୟିଦଙ୍କ ଉପରେ ୧୫ ହଜାର ପାକିସ୍ତାନୀ ଟଙ୍କା ଜରିମାନା ନେଇ ମ୍ୟ ରାୟ ଦେଇଥିଲେ। ତେବେ ଏହା ପୂର୍ବରୁ ସଂଯୁକ୍ତ ରାଷ୍ଟ୍ର ହାଫିଜ ସଇଦକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିସାରିଛି । ଖାଲି ସେତିକି ନୁହେଁ, ତା ଉପରେ ଏକ କୋଟି ଡଲାରର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି । ତେବେ ୨୦୧୯ ଜୁଲାଇ ୧୭ ତାରିଖରେ ତାକୁ ଗିରଫ କରାଯାଇଥିଲା ।