ନୂଆଦିଲ୍ଲୀ: ଦିଲ୍ଲୀର ଦ୍ବାରକାରେ ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆପାର୍ଟମେଣ୍ଟ ଭିତରେ କିଛି ଲୋକ ଫସିଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ୮ ମହଲା ବିଲିଡିଂର ୬ଷ୍ଠ ଏବଂ ୭ମ ମହଲା ନିଆଁ ଲାଗିଥିବା ଜଣାପଡିଛି । ଯେଉଁ ମହଲାରେ ନିଆଁ ଲାଗିଥିଲା, ସେଥିରେ ୨ ଜଣ ପିଲା ସହିତ ବାପାଙ୍କର ମୃତ୍ୟୁ ହୋଇଛି । ବିଲିଡିଂରେ ନିଆଁ ଲାଗିବା ଯୋଗୁଁ ୩ ଜଣ ଡେଇଁପଡିଥିଲେ ।
ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ପରେ ତାଙ୍କ ବାପା ୟଶ ଯାଦବ(୩୫) ବାଲକୋନୀରୁ ଡେଇଁ ପଡ଼ିଥିଲେ। ତାଙ୍କୁ ମଧ୍ୟ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଛି। ୟଶ ଯାଦବଙ୍କ ପତ୍ନୀ ଏବଂ ବଡ଼ ପୁଅ ନିଆଁରୁ ବର୍ତ୍ତି ଯାଇଛନ୍ତି ଏବଂ ସେମାନେ ଜୀବିତ ଅଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।