ଇମ୍ରାନଙ୍କ ପାଇଁ ଭସ୍ମାସୁର ପାଲଟିଲା ତେହରିକ-ଇ-ଲବାଇକ୍‌

ଇସଲାମାବାଦ:  ପାକିସ୍ତାନର ମୌଳବାଦୀ ସଂଗଠନ ତେହରିକ୍‌-ଇ-ଳବାଇକ(ଟିଏଲପି) ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିଦ ହଜାଇ ଦେଇଛି। ଏହି ସଂଗଠନ ଜରିଆରେ ବିକ୍ଷୋଭ କରି ନୱାଜ୍‌ ସରିଫ ସରକାରକୁ ଗାଦିଚ୍ୟୁତ କରିବା ସହିତ ଇମ୍ରାନ କ୍ଷମତାସୀନ ହୋଇଥିଲା ବେଳେ ଏବେ ଖୋଦ ନିଜେ ଏହି ଫାଶରେ ପଡିଛନ୍ତି। ଯେଉଁଥିପାଇଁ ଟିଏଲପି ଇମ୍ରାନଙ୍କ ପାଇଁ ଭସ୍ମାସୁର ପାଲଟିଛି। ଏହି ସଂଗଠନ ସହ ହାତ ମିଳାଇଥିବା ଇମ୍ରାନ ଏକଦା ଟିଏଲପିକୁ ସମର୍ଥନ ଦେଇଆସିଥିଲା ବେଳେ ଏବେ ଏହାକୁ ଆତଙ୍କୀ ସଂଗଠନ ବୋଲି କହିଛନ୍ତି। […]

ଇସଲାମାବାଦ:  ପାକିସ୍ତାନର ମୌଳବାଦୀ ସଂଗଠନ ତେହରିକ୍‌-ଇ-ଳବାଇକ(ଟିଏଲପି) ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିଦ ହଜାଇ ଦେଇଛି। ଏହି ସଂଗଠନ ଜରିଆରେ ବିକ୍ଷୋଭ କରି ନୱାଜ୍‌ ସରିଫ ସରକାରକୁ ଗାଦିଚ୍ୟୁତ କରିବା ସହିତ ଇମ୍ରାନ କ୍ଷମତାସୀନ ହୋଇଥିଲା ବେଳେ ଏବେ ଖୋଦ ନିଜେ ଏହି ଫାଶରେ ପଡିଛନ୍ତି। ଯେଉଁଥିପାଇଁ ଟିଏଲପି ଇମ୍ରାନଙ୍କ ପାଇଁ ଭସ୍ମାସୁର ପାଲଟିଛି। ଏହି ସଂଗଠନ ସହ ହାତ ମିଳାଇଥିବା ଇମ୍ରାନ ଏକଦା ଟିଏଲପିକୁ ସମର୍ଥନ ଦେଇଆସିଥିଲା ବେଳେ ଏବେ ଏହାକୁ ଆତଙ୍କୀ ସଂଗଠନ ବୋଲି କହିଛନ୍ତି।

ଯାହାକୁ ନେଇ ଟିଏଲପି ଇମ୍ରାନଙ୍କୁ ଗାଦିଚ୍ୟୁତ କରିବାକୁ ଅଣ୍ଟା ଭହିଛି। ଗତ ଏପ୍ରିଲରେ ଟିଏଲପି ନେତା ସାଦ୍‌ ରିଜଭିଙ୍କୁ ପାକିସ୍ତାନ ସରକାର ଗିରଫ କରିଥିଲା ବେଳେ ତାଙ୍କୁ ତୁରନ୍ତ ମୁକ୍ତି କରିବା, ଫ୍ରାନ୍ସ ସହ ସମସ୍ତ କୂଟନୈତିକ ସମ୍ପର୍କ ଛିନ୍ନ କରିବା ଏବଂ ତାହାର ସମସ୍ତ ସାମଗ୍ରୀ ବର୍ଜନ କରିବାକୁ ଟିଏଲପି ସରକାରଙ୍କ ଉପରେ ଚାପ ପକାଇବା ସହିତ ଗତ ୨୨ ତାରିଖରୁ ଆନ୍ଦୋଳନ ଜାରି ରଖିଛି। ଲାହୋରରୁ ହଜାର ହଜାର ଟିଏଲପି ସମର୍ଥକ ବାହାରି ବିଭିନ୍ନ ସହରରେ ହଙ୍ଗାମା କରିବା ସହିତ ଦେଶର ସମସ୍ତ ଜାତୀୟ ରାଜପଥକୁ ବନ୍ଦ କରି ଦେଇଛନ୍ତି। ସ୍ଥିତି ଏଭଳି ହୋଇଛି ଯେ, ପାକିସ୍ତାନ ଗୃହମନ୍ତ୍ରର ଶେଖ ରସିଦ ବିଭିନ୍ନ ସହରରେ ସେନା ମୁତୟନ କରିବାକୁ ବାଧ୍ୟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ସହିତ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ୫ ଜଣ ପୁଲିସ ନିହତ ହୋଇଛନ୍ତି ଏବଂ ଶତାଧିକ ଲୋକ ଆହତ ହୋଇଛନ୍ତି। ଯାହାକୁ ନେଇ ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପଟେ ଅର୍ଥାଭାବ ଏବଂ ଦରବୃଦ୍ଧିକୁ ନେଇ ଇମ୍ରାନ ସରକାର ସାଧାରଣ ଲୋକଙ୍କ ବିଶ୍ବାସ ହାରାଇଥିବା ବେଳେ ଏବେ ଟିଏଲପି ଇମ୍ରାନଙ୍କ ନିଦ ହଜାଇ ଦେଇଛି। ସେପଟେ ତେହରିକ୍‌-ଇ- ତାଲିବାନ ମଧ୍ୟ ପଶ୍ଚିମ ସୀମାରେ ଯୁଦ୍ଧର ତାଣ୍ଡବ ଚଳାଇଛି। ତେବେ ଟିଏଲପି ଇସଲାମାବାଦ ପହଞ୍ଚିବା ପୂର୍ବରୁ ଏହି ସଂଗଠନ ସହ ପାକିସ୍ତାନ ସରକାର ସୋମବାର ବୁଝାମଣା କରିଥିବା କୁହାଯାଇଛି।

About The Author: The Sakala