ତାମିଲନାଡୁରେ ବଡ଼ ରେଳ ଅଘଟଣ: ବିନା ଇଞ୍ଜିନରେ ୬ କିମି ଗଡ଼ିବା ପରେ ଲାଇନଚ୍ୟୁତ ହେଲା ୭ ବଗି

ତାମିଲନାଡୁର ଆରକୋନମ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ବିନା ଇଞ୍ଜିନରେ ପ୍ରାୟ ୭ଟି ଖାଲି ବଗି ୬ କିଲୋମିଟର ପର୍ଯ୍ୟନ୍ତ ଗଡ଼ିଯିବା ପରେ ଲାଇନଚ୍ୟୁତ ହୋଇଛି। ଏହି ଘଟଣା ରେଳବାଇର ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।


ସୂଚନା ଅନୁଯାୟୀ, ଏହି ବଗିଗୁଡ଼ିକ ଏକ ସାଇଡିଂ ଟ୍ରାକରେ ରଖାଯାଇଥିଲା। କୌଣସି କାରଣରୁ ବ୍ରେକ ଫେଲ ହେବା ଫଳରେ ଏହା ଢାଲୁ ରାସ୍ତାରେ ନିଜେ ନିଜେ ଗଡ଼ିବାକୁ ଆରମ୍ଭ କରିଥିଲା। ଏହି ଖାଲି ବଗିଗୁଡ଼ିକ ପ୍ରାୟ ୬ କିଲୋମିଟର ପର୍ଯ୍ୟନ୍ତ ଅଣାୟତ୍ତ ହୋଇ ଦୌଡ଼ିବା ପରେ ଶେଷରେ ଧାରଣାରୁ ତଳକୁ ଖସି ପଡ଼ିଥିଲା।

ସୌଭାଗ୍ୟବଶତଃ ବଗିଗୁଡ଼ିକ ଖାଲି ଥିବାରୁ ଏବଂ ସେହି ସମୟରେ ଟ୍ରାକରେ ଅନ୍ୟ କୌଣସି ଟ୍ରେନ ନଥିବାରୁ ଏକ ବଡ଼ ଦୁର୍ଘଟଣା ଏଡ଼ାଇ ଯାଇଛି। ରେଳବାଇ କର୍ତ୍ତୃପକ୍ଷ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା।

ରେଳବାଇ ପକ୍ଷରୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ଟ୍ରାକ ସଫା କରିବା କାର୍ଯ୍ୟ ଜାରି ରହିଛି।

About The Author: Suryakanta