ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ଶକ୍ତ ଝଟକା । ମାନହାନୀ ମାମଲାରେ ରାହୁଲଙ୍କ ଆବେଦନକୁ ଖାରଜ କଲେ ସୁରତ ସେସନ୍ସ କୋର୍ଟ । ‘ମୋଦି ସରନେମ’ ସମ୍ପର୍କରେ ଦେଇଥିବା ଆପତିଜନକ ଟିପ୍ପଣୀ ପାଇଁ ତଳ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିବା ବେଳେ ଏହା ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି ସୁରତ ସେସନ୍ସ କୋର୍ଟ।
ସୂଚନାଯୋଗ୍ୟ, ମୋଦୀ ସାଙ୍ଗିଆ ବାବଦରେ ରାହୁଲ କର୍ଣ୍ଣାଟକର ଏକ ନିର୍ବାଚନୀ ସଭାରେ ଦେଇଥିବା ବୟାନକୁ ନେଇ ସୁରଟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ କୋର୍ଟ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ । ଯାହାଫଳରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା । ତେଣୁ ରାହୁଲ ତଳ କୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଇବାକୁ ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ ।ଯାହାକୁ ଖାରଜ କରିଛନ୍ତି କୋର୍ଟ । ତେବେ ଏହି ମାମଲାରେ କଂଗ୍ରେସ ହାଇକୋର୍ଟରେ ଆବେଦନ କରିବ ବୋଲି ଜଣାପଡିଛି ।