କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ: ‘କରଦାତାଙ୍କ ଟଙ୍କାରେ ଚାଲିଛି ଟିକାକରଣ, ମାଗଣା କେମିତି ହେଲା’

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣକୁ ୧୦୦ କୋଟି ଟପିଛି । ଏହାକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛି କଂଗ୍ରେସ । କେନ୍ଦ୍ରକୁ ଟାର୍ଗେଟ କରି କଂଗ୍ରେସର ଜାତୀୟ ମୁଖପାତ୍ର ଗୌରବ ବଲ୍ଲଭ କହିଛନ୍ତି ଯେ, ଏହି ଦେଶରେ କିଛି ବି‌ ମାଗଣା ନୁହେଁ। କରଦାତାଙ୍କ ଟଙ୍କାରେ ଟିକାକରଣ ଚାଲିଛି | କରଦାତାଙ୍କ ଟଙ୍କା କେବଳ କରଦାତାଙ୍କ ପାଇଁ ଖର୍ଚ୍ଚ ହେଉଛି । ସେଥିପାଇଁ ଏହା ମାଗଣା ନୁହେଁ । ଯଦି ବିଜେପି ନିଜ ନିର୍ବାଚନୀ ଫଣ୍ଡରୁ […]

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣକୁ ୧୦୦ କୋଟି ଟପିଛି । ଏହାକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛି କଂଗ୍ରେସ । କେନ୍ଦ୍ରକୁ ଟାର୍ଗେଟ କରି କଂଗ୍ରେସର ଜାତୀୟ ମୁଖପାତ୍ର ଗୌରବ ବଲ୍ଲଭ କହିଛନ୍ତି ଯେ, ଏହି ଦେଶରେ କିଛି ବି‌ ମାଗଣା ନୁହେଁ। କରଦାତାଙ୍କ ଟଙ୍କାରେ ଟିକାକରଣ ଚାଲିଛି | କରଦାତାଙ୍କ ଟଙ୍କା କେବଳ କରଦାତାଙ୍କ ପାଇଁ ଖର୍ଚ୍ଚ ହେଉଛି । ସେଥିପାଇଁ ଏହା ମାଗଣା ନୁହେଁ । ଯଦି ବିଜେପି ନିଜ ନିର୍ବାଚନୀ ଫଣ୍ଡରୁ ମିଳିଥିବା ଟଙ୍କାରେ ଟିକାକରଣ ଅଭିଯାନ ଚଳାଇଥାନ୍ତା ତେବେ ଏହାକୁ ମାଗଣା କୁହାଯାଇଥାନ୍ତା ବୋଲି ସେ କହିଛନ୍ତି ।

ଗୌରବ ବଲ୍ଲଭ କହିଛନ୍ତି କହିଛନ୍ତି, ‘୩୩ ଲକ୍ଷ କୋଟି ଟଙ୍କା ଆପଣ କେବଳ ପେଟ୍ରୋଲ ଏବଂ ଡିଜେଲ ଉପରେ ଟ୍ୟାକ୍ସ ଆକାରରେ ସଂଗ୍ରହ କରିଛନ୍ତି | ଏହାର ମାତ୍ର ଦୁଇ ପ୍ରତିଶତରୁ କମ୍ ଅର୍ଥାତ୍ ପ୍ରାୟ ୩୫ ହଜାର କୋଟି ଟଙ୍କା ଟିକାକରଣ ପାଇଁ ଖର୍ଚ୍ଚ ହୋଇଛି। ଟିକାକରଣ ପ୍ରମାଣପତ୍ରରେ ପିଏମ ମୋଦିଙ୍କ ଫଟୋ ରହିବା ଉଚିତ ନୁହେଁ, ବରଂ ତେଲ ଉତ୍ପାଦନ କରି ଟିକାକରଣକୁ ଫଣ୍ଡିଂ କରୁଥିବା ବ୍ୟକ୍ତିଙ୍କ ଫଟୋ ରହିବା ଉଚିତ ।

କେନ୍ଦ୍ର ଉପରେ ଆକ୍ରମଣ କରି ଗୌରବ ବଲ୍ଲଭ କହିଛନ୍ତି, ‘ଏକ ଧାରଣା ସୃଷ୍ଟି ହୋଇଛି ଯେ ଭାରତ ହେଉଛି ପ୍ରଥମ ଦେଶ ଯେଉଁଠାରେ ୧୦୦ କୋଟି ଟିକା ଦିଆଯାଇଛି। ୧୬ ସେପ୍ଟେମ୍ବର ୨୦୨୧ ସୁଦ୍ଧା ଚାଇନାର ୮୦% ଜନସଂଖ୍ୟାକୁ ଉଭୟ ଡୋଜ୍ ଟିକା ଦିଆଯାଇଛି। ୧୬ ସେପ୍ଟେମ୍ବର ସୁଦ୍ଧା ଚାଇନାରେ ୨୧୬ କୋଟି ଡୋଜ୍ ଦିଆଯାଇଥିଲା। ଦ୍ୱିତୀୟତଃ, ଦୁନିଆର କେବଳ ଦୁଇଟି ଦେଶ ଚୀନ୍ ଏବଂ ଭାରତର ଜନସଂଖ୍ୟା ୫୦ କୋଟିରୁ ଅଧିକ | ତେବେ ଯେଉଁ ଦେଶ ଜନସଂଖ୍ୟାର ମାତ୍ର ତିନି କୋଟି, ସେହି ଦେଶ ସହିତ ଆମେ କ’ଣ ତୁଳନା କରିବାର କୌଣସି ଆବଶ୍ୟକତା ନାହିଁ ।

ବାସ୍ତବତା ହେଉଛି ଆମ ଦେଶର ଜନସଂଖ୍ୟାର ୫୦ ପ୍ରତିଶତ ଲୋକ ଟିକାର ଗୋଟିଏ ବି ଡୋଜ୍ ପାଇନାହାଁନ୍ତି | ତେବେ ଏତେ ଉଲ୍ଲସିତ ହେବାର‌କଣ କାରଣ ? ଦେଶରେ ଏପର୍ଯ୍ୟନ୍ତ ୨୧ ପ୍ରତିଶତ ଲୋକ ଉଭୟ ଡୋଜ୍ ଗ୍ରହଣ କରିଛନ୍ତି, କିନ୍ତୁ ଚାଇନାରେ ଏକ ମାସ ପୂର୍ବରୁ ୮୦ ପ୍ରତିଶତ ଲୋକ ଉଭୟ ଡୋଜ ପାଇଛନ୍ତି। ପିଲାମାନଙ୍କ ପାଇଁ ଏପର୍ଯ୍ୟନ୍ତ କୌଣସି ଟିକା ନାହିଁ। ଏଥି ସହିତ ଗତ ୧୦ ଦିନ ଧରି ଟୀକାକରଣ ହାର ହ୍ରାସ ପାଇଛି ବୋଲି ଏହି କଂଗ୍ରେସ ମୁଖପାତ୍ର କହିଛନ୍ତି ।

About The Author: The Sakala