ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ସୁପ୍ରିମକୋର୍ଟ ଚିନ୍ତିତ, ‘ଆତ୍ମହତ୍ୟା ବ୍ୟବସ୍ଥାର ବିଫଳତା, ଅଣଦେଖା କରିହେବନି’

ନୂଆଦିଲ୍ଲୀ: ଦେଶରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଦିନକୁ ଦିନ ବୃଦ୍ଧିପାଉଛି। ଛାତ୍ରଛାତ୍ରୀଙ୍କ ମାନିସକ ସ୍ୱାସ୍ଥ୍ୟ ସଂକଟକୁ ସୁପ୍ରିମକୋର୍ଟ ଗମ୍ଭୀରତା ସହ ଗ୍ରହଣ କରିଛନ୍ତି। ଏହା ଉପରେ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ବ୍ୟବସ୍ଥାର ବିଫଳତା ବୋଲି କହିଛନ୍ତି। ଏଭଳି ଘଟଣାକୁ ଅଣଦେଖା କରିହେବନି। ଏନ୍‌ସିଆରବିର ୨୦୨୨ର ତଥ୍ୟ ବିଚଳିତ କରିଦେଉଛି ବୋଲି ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ସନ୍ଦୀପ ମେହଟ୍ଟାଙ୍କ ଖଣ୍ଡପୀଠ କହିଛନ୍ତି। ଯୁବ ବର୍ଗଙ୍କ ମଧ୍ୟରେ ପଢ଼ାର ବୋଝ, ସମାଜର ନିନ୍ଦା, […]

ନୂଆଦିଲ୍ଲୀ: ଦେଶରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଦିନକୁ ଦିନ ବୃଦ୍ଧିପାଉଛି। ଛାତ୍ରଛାତ୍ରୀଙ୍କ ମାନିସକ ସ୍ୱାସ୍ଥ୍ୟ ସଂକଟକୁ ସୁପ୍ରିମକୋର୍ଟ ଗମ୍ଭୀରତା ସହ ଗ୍ରହଣ କରିଛନ୍ତି। ଏହା ଉପରେ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ବ୍ୟବସ୍ଥାର ବିଫଳତା ବୋଲି କହିଛନ୍ତି। ଏଭଳି ଘଟଣାକୁ ଅଣଦେଖା କରିହେବନି। ଏନ୍‌ସିଆରବିର ୨୦୨୨ର ତଥ୍ୟ ବିଚଳିତ କରିଦେଉଛି ବୋଲି ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ସନ୍ଦୀପ ମେହଟ୍ଟାଙ୍କ ଖଣ୍ଡପୀଠ କହିଛନ୍ତି। ଯୁବ ବର୍ଗଙ୍କ ମଧ୍ୟରେ ପଢ଼ାର ବୋଝ, ସମାଜର ନିନ୍ଦା, ମାନସିକ ଚାପ ଏବଂ ସ୍କୁଲ-କଲେଜର ଖାମଖିଆଲ ମନୋଭାବ ଆଦି ପାଇଁ ଛାତ୍ରଛାତ୍ରୀ ଜୀବନ ଦେଉଛନ୍ତି।

ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦେଶବ୍ୟାପୀ ଶିକ୍ଷାନୁଷ୍ଠାନଗୁଡିକ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ସରକାର ଏ ସଂକ୍ରାନ୍ତରେ ଯେପର୍ଯ୍ୟନ୍ତ କୌଣସି ଆଇନ୍‌‌ ବା ନିୟାମକ ଢାଞ୍ଚା ଜାରି ନ କରିଛନ୍ତି, ସେ ପର୍ଯ୍ୟନ୍ତ ଏହି ମାର୍ଗଦର୍ଶିକାକୁ ସମସ୍ତେ ମାନିବେ ବୋଲି କୋର୍ଟ କହିଛନ୍ତି। ଦେଶରେ ଛାତ୍ର ଆତ୍ମହତ୍ୟା ରୋକିବା ପାଇଁ ପ୍ରଭାବୀ ଆଇନଗତ ଢଞ୍ଚାର ଅଭାବ ରହିଛି ବୋଲି ଖଣ୍ଡପୀଠ ହୃଦୟଙ୍ଗମ କରିଛନ୍ତି। ଖାସ୍‌‌ କରି ସ୍କୁଲ, କଲେଜ ଓ କୋଚିଂ ସେଣ୍ଟରରେ ଏହାର ଅଭାବ ରହିଛି ବୋଲି କହିଛନ୍ତି। ସବୁ ଶିକ୍ଷାନୁଷ୍ଠାନରେ ମାନସିକ ସ୍ୱାସ୍ଥ୍ୟ ନୀତି ଲାଗୁ କରିବା ଜରୁରୀ। କୋଟା, ଜୟପୁର, ଚେନ୍ନଇ, ଦିଲ୍ଲୀ, ମୁମ୍ବଇ, ହାଇଦରାବାଦରେ ଥିବା କୋଚିଂ ସେଣ୍ଟରଗୁଡିକରେ ବିଶେଷ ସତର୍କତାର ସହିତ ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ଉପାୟ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୁଣି ସବୁ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଗାମୀ ଦୁଇମାସ ମଧ୍ୟରେ କୋଚିଂ ସେଣ୍ଟରଗୁଡିକର ପଞ୍ଜୀକରଣ କରିବାକୁ ଓ ଛାତ୍ରଛାତ୍ରାଙ୍କ ସୁରକ୍ଷା ନିୟମ ଓ ଅଭିଯୋଗ ନିବାରଣ ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଜାତୀୟ ଟାକ୍ସ ଫୋର୍ସ ଗଠନ କରି ୯୦ ଦିନରେ ରିପୋର୍ଟ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।

About The Author: The Sakala