ଆର୍ଥିକ ଦୁର୍ଦ୍ଦିନରେ ପାକିସ୍ତାନ, ୩୦୦ ଟପିଲା ପେଟ୍ରୋଲର ମୂଲ୍ୟ

ଇସଲାମାବାଦ: ଘୋର ଆର୍ଥିକ ଦୁର୍ଦ୍ଦିନରେ ଦିନ କାଟୁଥିବା ପାକିସ୍ତାନ ସ୍ଥିତି ବେଳକୁ ବେଳ ଗମ୍ଭୀର ହେବାରେ ଳଗାିଛି। ଆର୍ଥିକ ସଙ୍କଟ ଠାରୁ ଆରମ୍ଭ କରି ରାଜନୈତିକ ସଙ୍କଟ ପାକିସ୍ତାନବାସୀଙ୍କ ପାଇଁ ଏକ ପ୍ରକାର ଅଭିଶାପରେ ପରିଣତ ହୋଇଛି। କାରଣ ସାଧାରଣ ଲୋକଙ୍କ ପାଇଁ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଆକାଶଛୁଆଁ ହୋଇଛି। ଏହାଭିତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଯେଉଁସ୍ତରରେ ପହଞ୍ଚିଛି ତାହା ଲୋକଙ୍କ ଜୀବନଧାରଣକୁ ଆହୁରି ଅସହ୍ୟ କରିଦେଇଛି। ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩୦୦ […]

ଇସଲାମାବାଦ: ଘୋର ଆର୍ଥିକ ଦୁର୍ଦ୍ଦିନରେ ଦିନ କାଟୁଥିବା ପାକିସ୍ତାନ ସ୍ଥିତି ବେଳକୁ ବେଳ ଗମ୍ଭୀର ହେବାରେ ଳଗାିଛି। ଆର୍ଥିକ ସଙ୍କଟ ଠାରୁ ଆରମ୍ଭ କରି ରାଜନୈତିକ ସଙ୍କଟ ପାକିସ୍ତାନବାସୀଙ୍କ ପାଇଁ ଏକ ପ୍ରକାର ଅଭିଶାପରେ ପରିଣତ ହୋଇଛି। କାରଣ ସାଧାରଣ ଲୋକଙ୍କ ପାଇଁ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଆକାଶଛୁଆଁ ହୋଇଛି। ଏହାଭିତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଯେଉଁସ୍ତରରେ ପହଞ୍ଚିଛି ତାହା ଲୋକଙ୍କ ଜୀବନଧାରଣକୁ ଆହୁରି ଅସହ୍ୟ କରିଦେଇଛି। ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩୦୦ ଟଙ୍କା (ପାକିସ୍ତାନୀ) ଟପିଛି। ଯାହାକି ପାକିସ୍ତାନ ଇତିହାସରେ ପ୍ରଥମ। ଗତକାଲି ଅର୍ଥ ମନ୍ତ୍ରାଳୟ ପେଟ୍ରୋଲ ମୂଲ୍ୟରେ ୧୪ ଟଙ୍କା ୯୧ ପଇସା ଓ ହାଇସ୍ପିଡ୍ ଡିଜେଲ ମୂଲ୍ୟରେ ୧୮ ଟଙ୍କା ୪୪ ପଇସା ବୃଦ୍ଧି କରିବା ପରେ ଉଭୟ ଜାଳେଣି ମୂଲ୍ୟ ଏହି ସ୍ତରରେ ପହଞ୍ଚିଛି। କିନ୍ତୁ ଏଭଳି ମୂଲ୍ୟ ବୃଦ୍ଧି ଦ୍ବାରା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଆହୁରି ବୃଦ୍ଧି ଘଟିବାର ଆଶଙ୍କା ସୃଷ୍ଟି କରିଛି।

About The Author: The Sakala