ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ । ତିନି ଦିନରେ ଦ୍ୱିତୀୟ ଥର ଭୂକମ୍ପ ଝଟକା ଲାଗିଛି । ନେପାଳରେ ଭୂକମ୍ପ ଝଟକା ଲାଗିଛି । ଯାହାର ତୀବ୍ରତା ୫.୬ ରହିଛି । ଅପରାହ୍ନ ୪.୧୬ ମିନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସୂଚନା ଦେଇଛି ।
ସୂଚନା ଅନୁଯାୟୀ, ସୋମବାର ୪.୬ ମିନିଟ୍ ସମୟରେ ନେପାଳରେ ୫.୬ ତୀବ୍ରତା ଭୂମିକମ୍ପ ଆସିଥିଲା। ଭୂମିକମ୍ପର କେନ୍ଦ୍ର ନେପାଳ କୁହାଯାଉଛି। ଏହାର ଗଭୀରତା ଭୂପୃଷ୍ଠରୁ ୧୦ କିମି ରହିଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ।
ଖବର ଅନୁଯାୟୀ, ଶୁକ୍ରବାର ରାତିରେ ୧୧ଟାରେ ୬.୪ ତୀବ୍ରତାର ଭୂକମ୍ପ ଆସିଥିଲା । ଯାହାର ଝଟକା ଦିଲ୍ଲୀରେ ଲାଗିଥିଲା । ଶୁକ୍ରବାର ରାତିରେ ନେପାଳରେ ୬.୪ ତୀବ୍ରତା ଭୂମିକମ୍ପ ଆସିବା ପରେ ୧୫୭ ଲୋକଙ୍କର ମୃତ୍ୟୁ ଘଟିଥିଲା । ଆଜି ଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୁଶୁଡି ପଡିଥିବା ବିଲିଡିଂ ତଳେ ଲୋକ ଦବିଥିବା ସୂଚନା ମିଳିଛି