ପିତାମାତାଙ୍କ ଉପରେ ସ୍ମାର୍ଟଫୋନର ପ୍ରଭାବ: ୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ମୋବାଇଲ ଫୋନ୍ ବ୍ଯବହାର କରୁଥିବା ପିତାମାତା ପିଲାଙ୍କ ଉପରେ ଅଧିକ ରାଗିଥାନ୍ତି

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମଡ଼ିଆର ବ୍ଯବହାର ବଢିବାରେ ଲାଗିଛି। ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଯେଉଁ ପିତାମାତା ଦିନକୁ ଚାରି ଘଣ୍ଟା ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ଉପକରଣ ବ୍ୟବହାର କରୁଛନ୍ତି ପିଲାମାନଙ୍କ ପ୍ରତି ସେମାନଙ୍କର ଆଚରଣରେ ପରିବର୍ତ୍ତନ ଦେଖା ଦେଉଛି। କାନାଡାର ୱାଟରଲୁ ବିଶ୍ୱବିଦ୍ୟାଳୟର ୫  ରୁ ୧୮  ବର୍ଷ ବୟସର ପିଲାଙ୍କ ସହ ୫୪୯ ପିତାମାତାଙ୍କୁ ନେଇ ସର୍ଭେ କରାଯାଇଥିଲା। ଏହି ଅନୁସନ୍ଧାନରୁ ଜଣାପଡିଥିଲା ଯେ, ପିତାମାତା ଯେଉଁମାନେ ଖାଲି ସମୟରେ […]

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମଡ଼ିଆର ବ୍ଯବହାର ବଢିବାରେ ଲାଗିଛି। ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଯେଉଁ ପିତାମାତା ଦିନକୁ ଚାରି ଘଣ୍ଟା ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ଉପକରଣ ବ୍ୟବହାର କରୁଛନ୍ତି ପିଲାମାନଙ୍କ ପ୍ରତି ସେମାନଙ୍କର ଆଚରଣରେ ପରିବର୍ତ୍ତନ ଦେଖା ଦେଉଛି। କାନାଡାର ୱାଟରଲୁ ବିଶ୍ୱବିଦ୍ୟାଳୟର ୫  ରୁ ୧୮  ବର୍ଷ ବୟସର ପିଲାଙ୍କ ସହ ୫୪୯ ପିତାମାତାଙ୍କୁ ନେଇ ସର୍ଭେ କରାଯାଇଥିଲା।

ଏହି ଅନୁସନ୍ଧାନରୁ ଜଣାପଡିଥିଲା ଯେ, ପିତାମାତା ଯେଉଁମାନେ ଖାଲି ସମୟରେ କିମ୍ବା ବିଶ୍ରାମ ସମୟରେ ଫୋନ୍ କିମ୍ବା ଅନ୍ୟ ଡିଜିଟାଲ୍ ମାଧ୍ୟମ ବ୍ଯବହାର କରନ୍ତି, ସେମାନେ ସେମାନଙ୍କ ପିଲାମାନଙ୍କ ପ୍ରତି ବିରକ୍ତ ହୁଅନ୍ତି । ସେମାନେ ନିଜ ପିଲାମାନଙ୍କୁ ଗାଳିଗୁଲଜ କରିବା ସହ ଖୁବ ଶୀଘ୍ର ବିରକ୍ତି ଭାବ ପ୍ରକାଶ କରଥାନ୍ତି। ପିତାମାତାମାନଙ୍କ ମଧ୍ୟରେ ଯେଉଁମାନେ ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ଉପକରଣ ବ୍ୟବହାର କରୁଥିଲେ, ସେମାନଙ୍କ ମଧ୍ୟରେ ୭୫ % ମଧ୍ୟ ଡିପ୍ରେସନରେ ଥିବା ମଧ୍ଯ ଜଣାପଡ଼ିଛି।

ଏହି ଅନୁସନ୍ଧାନ କରୋନା ଅବଧି ସମୟରେ ହୋଇଥିଲା। ଏହି ସମୟରେ ଡିଜିଟାଲ୍ ମିଡିଆର ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଥିଲା। ହାରାହାରି ପିତାମାତାମାନେ ଦିନକୁ ୩ ରୁ ୪ ଘଣ୍ଟା ପାଇଁ ଡିଜିଟାଲ୍ ମିଡିଆ ବ୍ୟବହାର କରୁଥିବା ଜଣାପଡିଥିଲା। ୱାଟରଲୁ ବିଶ୍ୱବିଦ୍ୟାଳୟର କ୍ଲିନିକାଲ୍ ସାଇକୋଲୋଜିର ସ୍କଲାର ଏହି ଅନୁସନ୍ଧାନର ମୁଖ୍ୟ ଜସ୍ମିନ୍ ଝାଙ୍ଗ କହିଛନ୍ତି ଯେ, ଏକ ପରିବାର ଭାବରେ ଉଭୟ ପିତାମାତା ଏବଂ ଶିଶୁ ଆଚରଣ ଗୁରୁତ୍ୱପୂର୍ଣ୍ଣ ।  ପିତାମାତାଙ୍କ ଆଚରଣ ମଧ୍ୟ ପିଲାମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।

ଅନୁସନ୍ଧାନର ମୁଖ୍ୟ ପ୍ରଫେସର  ଜସ୍ମିନ୍  ଝାଙ୍ଗ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ  ପିତାମାତାମାନେ ସୋସିଆଲ ମିଡିଆରେ ଦିନକୁ ୧ ରୁ ୨ ଘଣ୍ଟା ବିତାଉଛନ୍ତି ସେମାନଙ୍କ ଆଚରଣ ପିଲାମାନଙ୍କ ପ୍ରତି ଅଧିକ ସକରାତ୍ମକ ଅଟେ। ଅଭିଭାବକମାନେ ଅଧିକ ସାମାଜିକ ଭାବେ ସକ୍ରିୟ ହେବା ଉଚିତ୍ ବୋଲି ସେ କହିଛନ୍ତି।  ଯେତେବେଳେ ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ କମିଯାଏ ବା ସାମାଜିକ ଭାବେ ସକ୍ରିୟତା କମିଯାଏ  ଚିଡଚିଡା ପଣ ଆସିଥାଏ ।

 

About The Author: The Sakala