କୋଲକାତା: ପଶ୍ଚିମବଙ୍ଗର ସାଉଥ ୨୪ ପରଗନା ଜିଲ୍ଳାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭିଣୋଇ ନିଜ ଶାଳୀର କଟାମୁଣ୍ଡ ଧରି ବୁଲୁଥିବା ଦେଖାଯାଇଥିଲା। ସ୍ଥାନୀୟ ଲୋକ ଏ ନେଇ ସୂଚନା ଦେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣାକ୍ରମର ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହୋଇଛି। ବ୍ୟକ୍ତିଜଣକ ଡାହାଣ ହାତରେ ଧାରୁଆ ହତିଆର ଓ ବାମହାତରେ କଟାମୁଣ୍ଡ ଧରିଥିବାର ଦେଖାଯାଇଥିଲା। ସେ ମଧ୍ୟ ଏକ ମନ୍ଦିର ସାମ୍ନାରେ ଜୟକାର ଲଗାଇଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଏହି ଘଟଣା ବସନ୍ତୀ ଥାନର ଭରତଗଡ଼ ଗାଁରେ ଘଟିଛି। ଶାଳୀଙ୍କ ସହ ଅଭିଯୁକ୍ତ ବ୍ୟକ୍ତିଙ୍କର ଶୁକ୍ରବାର ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ବ୍ୟକ୍ତିଜଣକ ଧାରୁଆ ଅସ୍ତ୍ରରେ ଶାଳୀର ମୁଣ୍ଡକୁ ହାଣି ଶରୀରରୁ ଅଲଗା କରିଦେଇଥିଲେ। ଘଟଣାର ଯାଞ୍ଚ କରାଯାଉଛି ବୋଲି ପୁଲିସ କହିଛି। ଘଟଣାସ୍ଥଳକୁ ଫରେନସିକ୍ ଟିମ୍କୁ ପଠାଯାଇଛି। ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ଶାଳୀର କଟାମୁଣ୍ଡ ଧରି ବୁଲିଲା ଭିଣୋଇ
କୋଲକାତା: ପଶ୍ଚିମବଙ୍ଗର ସାଉଥ ୨୪ ପରଗନା ଜିଲ୍ଳାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭିଣୋଇ ନିଜ ଶାଳୀର କଟାମୁଣ୍ଡ ଧରି ବୁଲୁଥିବା ଦେଖାଯାଇଥିଲା। ସ୍ଥାନୀୟ ଲୋକ ଏ ନେଇ ସୂଚନା ଦେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣାକ୍ରମର ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହୋଇଛି। ବ୍ୟକ୍ତିଜଣକ ଡାହାଣ ହାତରେ ଧାରୁଆ ହତିଆର ଓ ବାମହାତରେ କଟାମୁଣ୍ଡ ଧରିଥିବାର ଦେଖାଯାଇଥିଲା। ସେ ମଧ୍ୟ ଏକ ମନ୍ଦିର ସାମ୍ନାରେ ଜୟକାର […]