ରାଞ୍ଚି : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତା ଶିବୁ ସୋରେନଙ୍କ ପରଲୋକ। ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ସୋମବାର ୮୧ ବର୍ଷିୟ ଶିବୁ ସୋରେନଙ୍କର ଦେହାନ୍ତ ହୋଇଛି। ଏନେଇ ତାଙ୍କ ପୁଅ ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ସୂଚନା ଦେଇଛନ୍ତି।
https://twitter.com/HemantSorenJMM/status/1952221586947551475?ref_src=twsrc%5Etfw
ସେହିପରି ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି ଯେ ଶିବୁ ସୋରେନଙ୍କର ଆଜି ସକାଳ ୮.୫୬ରେ ମୃତ୍ୟୁ ହୋଇଛି। କିଡନୀ ସମ୍ବନ୍ଧୀୟ ସମସ୍ୟା କାରଣରୁ ଗତ ଜୁନ ଶେଷ ସପ୍ତାହରେ ଶିବୁ ସୋରେନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦିନକୁ ଦିନ ସ୍ଵାସ୍ଥ୍ୟାବସ୍ଥାରେ ଅବନତି କାରଣରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖି ଚିକିତ୍ସା କରାଯାଉଥିଲା। କିନ୍ତୁ ଆଜି ସକାଳେ ତାଙ୍କର ପରଲୋକ ହୋଇଯାଇଛି।