ଆମେରିକାରେ ବରଫ ଝଡର ତାଣ୍ଡବ; ୩୨ ମୃତ, ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ

ନ୍ୟୁୟର୍କ: ଆମେରିକାରେ ତାଣ୍ଡବ ରଚିଛି ପ୍ରଳୟଙ୍କାରୀ ବରଫ ଝଡ । ଯାହାକୁ କୁହାଯାଉଛି ବମ୍ ସାଇକ୍ଲୋନ ।ଅସହ୍ୟ କାଲୁଆ ପବନ ସହ ବରଫ ବୃଷ୍ଟି ଯୋଗୁଁ ଜୀବନଯାତ୍ରା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି । ବରଫର ଆସ୍ତରଣ ଭିତରେ ଲୁଚି ଯାଇଛି ଉତ୍ତର ଓ ପଶ୍ଚିମ ଆମେରିକା । ଏହି ଝଡ଼ ଯୋଗୁଁ ଆମେରିକାରେ ଏଯାବତ୍ ୩୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ନ୍ୟୁୟର୍କ ରାଜ୍ୟର ବଫାଲୋ […]

ନ୍ୟୁୟର୍କ: ଆମେରିକାରେ ତାଣ୍ଡବ ରଚିଛି ପ୍ରଳୟଙ୍କାରୀ ବରଫ ଝଡ । ଯାହାକୁ କୁହାଯାଉଛି ବମ୍ ସାଇକ୍ଲୋନ ।ଅସହ୍ୟ କାଲୁଆ ପବନ ସହ ବରଫ ବୃଷ୍ଟି ଯୋଗୁଁ ଜୀବନଯାତ୍ରା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି । ବରଫର ଆସ୍ତରଣ ଭିତରେ ଲୁଚି ଯାଇଛି ଉତ୍ତର ଓ ପଶ୍ଚିମ ଆମେରିକା । ଏହି ଝଡ଼ ଯୋଗୁଁ ଆମେରିକାରେ ଏଯାବତ୍ ୩୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ନ୍ୟୁୟର୍କ ରାଜ୍ୟର ବଫାଲୋ ସହର ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି ।

ଆମେରିକାରୁ କାନାଡା ଯାଏ ସାଂଘାତିକ ସ୍ଥିତି । ତାପମାତ୍ରା ମାଇନସ୍‌ ୪୫ ଡିଗ୍ରୀକୁ ଖସିଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ନ୍ୟୁୟର୍କର ସିଟି ଅଫ ବୋଫାଲୋ । ସେହିପରି ପଶ୍ଚିମ ଆମେରିକାର ମୋଣ୍ଟାନା ସହରରେ ସ୍ଥିତି ସଙ୍ଗୀନ । ଆମେରିକାର ୪୮ଟି ରାଜ୍ୟରେ ତାପମାତ୍ରା ଶୂନ ତଳକୁ ଖସିଯାଇଛି । ଏହି ଥଣ୍ଡା ଯୋଗୁଁ ୯ଟି ରାଜ୍ୟରେ ମୋଟ ୩୨ ଜଣ ଲୋକ ପ୍ରାଣ ହରାଇଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । କାରଣ କେତେକ ଅଂଚଳ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି ।

ଚାରିଆଡେ କେବଳ ବରଫ ଆଉ ବରଫ। ବେଳେବେଳେ ଘଣ୍ଟାପ୍ରତି ଶହେ କିଲୋମିଟର ବେଗରେ ବହୁଛି ପବନ। ବରଫ ଝଡ଼ ଯୋଗୁଁ ଅଳ୍ପ କିଛି ଫୁଟ୍ ଦୂରକୁ ବି ଦେଖାଯାଉ ନାହିଁ । ବାହାରେ ଜିରୋ ଭିଜିବିଲିଟି ଓ ଖସଡ଼ା ସଡ଼କ ଯୋଗୁଁ ଦୁର୍ଘଟଣା ଘଟୁଛି।କାନାଡାର ମେରିଟ ସହରରେ ବରଫ ଆଚ୍ଛାଦିତ ରାସ୍ତାରେ ଏକ ବସ୍ ସ୍ଲିପ୍ ହୋଇ ଓଲଟି ପଡିବାରୁ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଗତ କିଛି ଦିନ ହେବ ଉତ୍ତର ଆମେରିକାରେ ଏହି ଝଡ଼ର ପ୍ରକୋପ ଦେଖିବାକୁ ମିଳିଛି । ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ଯୋଗୁଁ ପ୍ରାୟ ୧୭ ଲକ୍ଷ ଲୋକ ଅନ୍ଧାରରେ ରହିଛନ୍ତି ।

About The Author: The Sakala