ଗାଡି ଭିତରୁ ଗୋଟିଏ ପରିବାରର ୭ଜଣଙ୍କ ମୃତଦେହ ଉଦ୍ଧାର

ହରିୟାଣା: ହରିୟାଣାର ପଞ୍ଚକୁଲା ସେକ୍ଟର-୨୭ ଅଞ୍ଚଳରେ ଗାଡି ଭିତରୁ ଗୋଟିଏ ପରିବାରର ୭ଜଣଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ୭ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍‍ ମଧ୍ଯ ଜବତ କରିଛି। ପୁଲିସ ସୂଚନା ଅନୁଯାୟୀ, ସେକ୍ଟର ୨୬ ସ୍ଥିତ ଓଜସ୍‍ ହସ୍ପିଟାଲରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ସେକ୍ଟର ୬ସ୍ଥିତ ଜିଲ୍ଲା ହସ୍ପିଟାଲରେ ହୋଇଛି। ମୃତକମାନେ […]

ହରିୟାଣା: ହରିୟାଣାର ପଞ୍ଚକୁଲା ସେକ୍ଟର-୨୭ ଅଞ୍ଚଳରେ ଗାଡି ଭିତରୁ ଗୋଟିଏ ପରିବାରର ୭ଜଣଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ୭ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍‍ ମଧ୍ଯ ଜବତ କରିଛି।

ପୁଲିସ ସୂଚନା ଅନୁଯାୟୀ, ସେକ୍ଟର ୨୬ ସ୍ଥିତ ଓଜସ୍‍ ହସ୍ପିଟାଲରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ସେକ୍ଟର ୬ସ୍ଥିତ ଜିଲ୍ଲା ହସ୍ପିଟାଲରେ ହୋଇଛି। ମୃତକମାନେ ଉତ୍ତରାଖଣ୍ଡର ଡେରାଡୁନର ବାସିନ୍ଦା ଥିଲେ । ସେମାନେ ହେଲେ ବାପା ପ୍ରବୀଣ ମିତ୍ତଲ, ଦେଶରାଜ ମିତ୍ତଲ ଏବଂ ତାଙ୍କ ସ୍ତ୍ରୀ, ମା, ଦୁଇ ଝିଅ ଓ ପୁଅ ହୋଇଥିବା ସୂଚନା ମିଳିଛି। ପରିବାର ସଦସ୍ୟ ଦୀର୍ଘ ଦିନ ହେବ ଋଣଗ୍ରସ୍ତରେ ଥିଲେ ।

About The Author: The Sakala