ନୂଆଦିଲ୍ଲୀ: ଲୋକସଭାରୁ ବହିଷ୍କୃତ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ଝଟକା ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ସରକାରୀ ବଙ୍ଗଳା ଖାଲି କରିବା ନେଇ ତାଙ୍କୁ ଯେଉଁ ନୋଟିସ୍ ପଠାଯାଇଛି। ତାକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହୁଆ। ତେବେ ଉକ୍ତ ନୋଟିସ୍ ଉପରେ ରୋକ୍ ଳଗାଇବାକୁ ଆଜି ହାଇକୋର୍ଟ ମନା କରି ଦେଇଛନ୍ତି। ସରକାରୀ ବଙ୍ଗଳାରେ ରହିବା ପାଇଁ ମହୁଆଙ୍କର ଆଉ କୌଣସି ଅଧିକାର ନାହିଁ କହି କୋର୍ଟ ଆଜି ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ।
ଗତ ଡିସେମ୍ବର ୮ ତାରିଖରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯିବା ପରେ ଜାନୁଆରୀ ୭ ତାରିଖ ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ ତାଙ୍କୁ ନୋଟିସ୍ ଜାରି କରାଯାଇଥିଲା। ଏହି ନୋଟିସ୍କୁ ଚ୍ୟାଲେଞ୍ଜ କରି ମହୁଆ ମୋଇତ୍ରା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।