ନିର୍ବାଚନ ଲଢିବେ ଭାରତ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦର !

ନ‌ୋଏଡା: ସଚିନ୍‌ଙ୍କ ପ୍ରେମରେ ପଡ଼ି ଚାରି ପିଲାଙ୍କ ସହ ନେପାଳ ଦେଇ ବେଆଇନ ଭାବେ ଭାରତ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦର ଏବେ ଫିଲ୍ମ ସାଇନ୍ କରିଛନ୍ତି। ଖୁବ୍ ଶୀଘ୍ର ସେ ଜଣେ ଅଭିନେତ୍ରୀ ହେବାକୁ ଯାଉଛନ୍ତି।  ଏବେ ତାଙ୍କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଏକ ଦଳ ସୀମାଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଛି। ରିପୋର୍ଟ ଅନୁଯାୟର, ସୀମା ହାଇଦରଙ୍କୁ ଏନଡିଏର ସହଯୋଗୀ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ […]

ନ‌ୋଏଡା: ସଚିନ୍‌ଙ୍କ ପ୍ରେମରେ ପଡ଼ି ଚାରି ପିଲାଙ୍କ ସହ ନେପାଳ ଦେଇ ବେଆଇନ ଭାବେ ଭାରତ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦର ଏବେ ଫିଲ୍ମ ସାଇନ୍ କରିଛନ୍ତି। ଖୁବ୍ ଶୀଘ୍ର ସେ ଜଣେ ଅଭିନେତ୍ରୀ ହେବାକୁ ଯାଉଛନ୍ତି।  ଏବେ ତାଙ୍କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଏକ ଦଳ ସୀମାଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଛି।

ରିପୋର୍ଟ ଅନୁଯାୟର, ସୀମା ହାଇଦରଙ୍କୁ ଏନଡିଏର ସହଯୋଗୀ ଏବଂ କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଆଠଓ୍ବଲେଙ୍କ ପାର୍ଟୀ ରିପବ୍ଲିକାନ୍‌ ପାର୍ଟୀ ଅଫ୍‌ ଇଣ୍ଡିଆ (ଆରପିଆଇ) ପାର୍ଟିରେ ସାମିଲ୍‌ ହେବାକୁ ଅଫର୍‌ ମିଳିଛି। କୁହାଯାଉଛି ସୀମା ହାଇଦର ମଧ୍ୟ ଆରପିଆଇର ଅଫର୍‌କୁ ସ୍ବୀକାର କରିଛନ୍ତି। ଦଳର ଅଧିକାରୀମା​ନେ କହିଛନ୍ତି ଯେ ତାଙ୍କୁ ମହିଳା ଓ୍ବିଙ୍ଗ୍‌ର ଅଧ୍ୟକ୍ଷ କରାଯିବ। ଏହା ସହ ତାଙ୍କର କହିବା ଶୈଳୀକୁ ଦେଖି ଦଳର ପ୍ରବକ୍ତା ମଧ୍ୟ କରାଯିବ। ଏମିତିକି ତାଙ୍କୁ ନିର୍ବାଚନ ଲଢ଼ିବାକୁ ମଧ୍ୟ ଦିଆଯିବ ବୋଲି କୁହାଯାଇଛି। ଏବେ କେବଳ ସୀମାଙ୍କୁ ସୁରକ୍ଷା ଏଜେନ୍ସୀଙ୍କ ଠାରୁ କ୍ଲିନ୍‌ ଚିଟ୍‌ ମିଳିବା ନେଇ ଅପେକ୍ଷା ରହିଛି।

About The Author: The Sakala