ରବର୍ଟ ଫ୍ରାନ୍‌ସିସ୍‌ ପ୍ରିଭୋଷ୍ଟ ନୂଆ ପୋପ୍‌, ‘ପୋପ୍‌ ଲିୟୋ-୧୬’ ନାମରେ ହେବେ ପରିଚିତ

ଭାଟିକାନ ସିଟି : ଭାଟିକାନ ସିଟିରେ ଚାଲିଥିବା ପାପାଲ କନକ୍ଲେଭର ଦ୍ବିତୀୟ ଦିନରେ ଗୁରୁବାର ନୂଆ ପୋପ୍‌ ଚୟନ କରାଯାଇଛି। ରବର୍ଟ ଫ୍ରାନ୍‌ସିସ୍‌ ପ୍ରିଭୋଷ୍ଟ (୬୯) ନୂଆ ପୋପ ହୋଇଛନ୍ତି। ସେ ନିଜ ପାଇଁ ନୂଆ ନାମ ‘ପୋପ୍‌ ଲିୟୋ-୧୬’ ବାଛିଛନ୍ତି। ଆମେରିକାର ପ୍ରଥମ କାର୍ଡିନାଲ ଭାବେ ସେ ରୋମାନ କ୍ୟାଥୋଲିକ ଚର୍ଚ୍ଚର ନେତୃତ୍ବ ନେବାକୁ ଯାଉଛନ୍ତି। ଚିକାଗୋରେ ଜନ୍ମିତ ପ୍ରିଭୋଷ୍ଟ ଭୋଟିଂରେ ଦୁଇ ତୃତୀୟାଂଶ ବହୁମତ ହାସଲ କରିଥିଲେ। ୧୩୩ ଜଣ କାର୍ଡିନାଲଙ୍କ ମଧ୍ୟରୁ ତାଙ୍କୁ […]

ଭାଟିକାନ ସିଟି : ଭାଟିକାନ ସିଟିରେ ଚାଲିଥିବା ପାପାଲ କନକ୍ଲେଭର ଦ୍ବିତୀୟ ଦିନରେ ଗୁରୁବାର ନୂଆ ପୋପ୍‌ ଚୟନ କରାଯାଇଛି। ରବର୍ଟ ଫ୍ରାନ୍‌ସିସ୍‌ ପ୍ରିଭୋଷ୍ଟ (୬୯) ନୂଆ ପୋପ ହୋଇଛନ୍ତି। ସେ ନିଜ ପାଇଁ ନୂଆ ନାମ ‘ପୋପ୍‌ ଲିୟୋ-୧୬’ ବାଛିଛନ୍ତି। ଆମେରିକାର ପ୍ରଥମ କାର୍ଡିନାଲ ଭାବେ ସେ ରୋମାନ କ୍ୟାଥୋଲିକ ଚର୍ଚ୍ଚର ନେତୃତ୍ବ ନେବାକୁ ଯାଉଛନ୍ତି।

ଚିକାଗୋରେ ଜନ୍ମିତ ପ୍ରିଭୋଷ୍ଟ ଭୋଟିଂରେ ଦୁଇ ତୃତୀୟାଂଶ ବହୁମତ ହାସଲ କରିଥିଲେ। ୧୩୩ ଜଣ କାର୍ଡିନାଲଙ୍କ ମଧ୍ୟରୁ ତାଙ୍କୁ ୮୯ ଜଣ ଭୋଟ ଦେଇଥିଲେ। ଏହା ପରେ ଚର୍ଚ୍ଚର ସିଷ୍ଟିନ ଚାପଲରେ ଥିବା ଚିମିନିରୁ ଧଳା ଧୂଆଁ ବାହାରି ଥିଲା। ନୂଆ ପୋପ୍‌ ଚୟନ ହୋଇଯାଇଛି ବୋଲି ଏହା ସଙ୍କେତ ଦେଇଥିଲା। ୧୯୦୦ ମସିହ ପରେ ପଞ୍ଚମ ଥର ପାଇଁ ଦୁଇ ଦିନରେ ପୋପ୍‌ଙ୍କୁ ଚୟନ କରାଯାଇଛି। ଏହା ପରେ ଭାଟିକାନରେ ଥିବା ୪୫ରୁ ହଜାରରୁ ଅଧିକ ଲୋକ ଜୋରଦାର କରତାଳି ମାରି ପୋପ୍‌ଙ୍କୁ ଶୁଭେଚ୍ଛା ଜଣାଇ ଥିଲେ।

About The Author: The Sakala