ଦୋଷା ସାଙ୍ଗରେ ସମ୍ବର ନ ଦେବାରୁ ରେସ୍ତୋରାଁ ମାଲିକଙ୍କ ଉପରେ ଲାଗିଲା ୩୫୦୦ ଟଙ୍କାର ଜୋରିମାନା

ପାଟନା: ବିହାରର ଏକ ରେସ୍ତୋରାଁରେ ଜଣେ ଗ୍ରାହକ ଦୋସା ଖାଇବା ବେଳେ ତାଙ୍କୁ ସମ୍ବର ଦିଆ ନଯିବା ଏବଂ ଏଥିପାଇଁ ସଂପୃକ୍ତ ରେସ୍ତୋରାଁ ମାଲିକଙ୍କୁ ତଣ୍ଡ ଗଣିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଘଟଣା ବିହାରର ବକ୍ସରରେ ଘଟିଛି। ସ୍ପେଶାଲ ମସଲା ଦୋସା ସହିତ ସମ୍ବର ନଦେବାରୁ ରେସ୍ତୋରାଁ ଉପରେ ଖାଉଟି ଅଦାଲତ ୩,୫୦୦ ଟଙ୍କା ଜୋରିମାନା କରିଛନ୍ତି। ୪୫ ଦିନ ମଧ୍ୟରେ ଜୋରିମାନା ଅର୍ଥ ପଇଠ କରିବାକୁ ଉକ୍ତ ରେସ୍ତୋରାଁକୁ କୋର୍ଟ ନିର୍ଦ୍ଦେଶ […]

ପାଟନା: ବିହାରର ଏକ ରେସ୍ତୋରାଁରେ ଜଣେ ଗ୍ରାହକ ଦୋସା ଖାଇବା ବେଳେ ତାଙ୍କୁ ସମ୍ବର ଦିଆ ନଯିବା ଏବଂ ଏଥିପାଇଁ ସଂପୃକ୍ତ ରେସ୍ତୋରାଁ ମାଲିକଙ୍କୁ ତଣ୍ଡ ଗଣିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଘଟଣା ବିହାରର ବକ୍ସରରେ ଘଟିଛି। ସ୍ପେଶାଲ ମସଲା ଦୋସା ସହିତ ସମ୍ବର ନଦେବାରୁ ରେସ୍ତୋରାଁ ଉପରେ ଖାଉଟି ଅଦାଲତ ୩,୫୦୦ ଟଙ୍କା ଜୋରିମାନା କରିଛନ୍ତି। ୪୫ ଦିନ ମଧ୍ୟରେ ଜୋରିମାନା ଅର୍ଥ ପଇଠ କରିବାକୁ ଉକ୍ତ ରେସ୍ତୋରାଁକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ୪୫ ଦିନ ମଧ୍ୟରେ ରେସ୍ତୋରାଁ ଅର୍ଥ ନଦେବ, ତା’ହେଲେ ଜୋରିମାନା ରାଶି ଉପରେ ୮ ପ୍ରତିଶତ ସୁଧ ଦେବ ବୋଲି କୋର୍ଟ କହିଛନ୍ତି।

ମିଳିଥିବା ଖବର ଅନୁସାରେ ବକ୍ସରର ନମକ ନାଁରେ ରହିଥିବା ରେସ୍ତୋରାଁକୁ ଗତବର୍ଷ ଅଗଷ୍ଟ ୧୫ ତାରିଖରେ ମନୀଷ ଗୁପ୍ତା ନାମକ ଜଣେ ଆଇନଜୀବୀ ଆସିଥିଲେ। ସେ ଏକ ସ୍ପେଶାଲ ମସଲା ଦୋସା ପାର୍ସଲ ଦେବାକୁ କହିଥିଲେ। ଉକ୍ତ ଦୋସା ବାବଦକୁ ସେ ୧୪୦ ଟଙ୍କା ଦେଇଥିଲେ। କିନ୍ତୁ ଘରେ ପହଞ୍ଚି ପାର୍ସଲ ଖୋଲିବା ପରେ ତାଙ୍କୁ ଦୋସା ସହିତ ସମ୍ବର ଦିଆଯାଇ ନାହିଁ ବୋଲି ଜାଣିଥିଲେ। ଏହା ଦେଖି ସେ ରାଗି ଯାଇଥିଲେ ଓ ପରେ ପୁଣି ରେସ୍ତୋରାଁକୁ ଆସି କାହିଁକି ସମ୍ବର ଦେଲ ନାହିଁ ବୋଲି ପଚାରିଥିଲେ। ରେସ୍ତୋରାଁ ମାଲିକ ତାଙ୍କ କଥା ଶୁଣି ନଥିଲେ। ଓଲଟି ୧୪୦ ଟଙ୍କାରେ କ’ଣ ପୂରା ଦୋକାନ କିଣି ନେବ କି ବୋଲି ପ୍ରଶ୍ନ କରିଥିଲେ। ଏହା ପରେ ମନୀଷ ରେସ୍ତୋରାଁ ମାଲିକଙ୍କ ନିକଟକୁ ଏକ ଲିଗାଲ ନୋଟିସ୍ ପଠାଇଥିଲେ। କିନ୍ତୁ ସେ ଏହାକୁ ଗୁରୁତ୍ୱ ଦେଇ ନଥିଲେ। ତା’ପରେ ମନୀଷ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଉ ଉକ୍ତ ଘଟଣାର ୧୧ ମାସ ପରେ ଖାଉଟି ଅଦାଲତ ଉକ୍ତ ରେସ୍ତୋରାଁକୁ ଦୋଷୀ ସାବ୍ୟସ୍ତ କରି ୩,୫୦୦ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି।

About The Author: The Sakala