ଗୟା: ରାଜନୀତିରେ ଜନ ପ୍ରତିନିଧିଙ୍କ ଭାଗିଦାରକୁ ନେଇ ବିହାରର ଗୟା ଜିଲ୍ଲା ନୂଆ ଫର୍ଦ୍ଦ ଯୋଡିବାରେ ଲାଗିଛି। ପୂର୍ବରୁ ପଥର କଟାଳୀ ପରିବାରର ଜଣେ ମହିଳା ଏହି ଅଞ୍ଚଳରୁ ସାଂସଦ ହୋଇଥଲା ବେଳେ ଏବେ ଗୟା ସହରର ଡେପୁଟି ମେୟର ହୋଇଛନ୍ତି ଜଣେ ମହିଳା ସଫେଇ କର୍ମଚାରୀ। ନିକଟରେ ଶେଷ ହୋଇଥିବା ଗୟା ମହାନଗର ନିଗମ ନିର୍ବାଚନରେ ଚିନ୍ତା ଦେବୀ ବିଜୟୀ ହୋଇଥିଲା ବେଳେ ତାଙ୍କୁ ଡେପୁଟି ମେୟର ଭାବେ ନିର୍ବାଚିତ କରାଯାଇଛି। ଡେପୁଟି ମେୟର ପାଇଁ ତାଙ୍କ ନାମ ପ୍ରସ୍ତାବ ଦିଆଯିବା ପରେ ପୌର ନିଗମର ବହୁ ନିର୍ବାଚିତ ସଦସ୍ୟ ତାଙ୍କ ସମର୍ଥନରେ ଭୋଟ ଦେଇଥିଲେ। ଏପରିକି ଗୟାର ପୂର୍ବତନ ଡେପୁଟି ମେୟର ମୋହନ ଶ୍ରୀବାସ୍ତବ ମଧ୍ୟ ଚିନ୍ତା ଦେବୀଙ୍କ ପ୍ରତି ସମର୍ଥନ ଜଣାଇଥିଲେ। ଫଳରେ ଚିନ୍ତା ଦେବୀ ନିଦ୍ବର୍ନ୍ଦ୍ବରେ ଏହି ପଦବୀ ପାଇଁ ନିର୍ବାଚିତ ହୋଇଥିବା ଜଣାପଡ଼ିଛି। ଯାହାକି ଏଠାକାର ରାଜନୈତିକ ମାହୋଲକୁ ଆହୁରି ସରଗରମ କରିଛି। ସେ ଏହି ସହରରେ ବିଗତ ୪୦ ବର୍ଷ ହେଲା ଜଣେ ସଫେଇ କର୍ମୀ ଭାବେ କାର୍ଯ୍ୟ କରିଆସିଛନ୍ତି। ଏହାପୂର୍ବରୁ ୧୯୯୬ ମସିହାରେ ଏଠାକାର ‘ମୁସାହାର’ ସଂପ୍ରଦାୟର ମହିଳା ଭଗବତୀ ଦେବୀ ମଧ୍ୟ ଗୟା ସଂସଦୀୟ କ୍ଷେତ୍ରରୁ ଜେଡିୟୁ ଦଳରୁ ଲଢି ସାଂସଦ ହୋଇଥିଲେ। ତେବେ ଚିନ୍ତା ଦେବୀଙ୍କ ବିଜୟକୁ ନେଇ ଗୟା ମେୟର ଗଣେଷ ପାଶୱାନ୍ ଖୁସି ବ୍ୟକ୍ତ କରିବା ସହିତ ଗୟା ଭାରତୀୟ ଗଣତନ୍ତ୍ର ମୂଲ୍ୟବୋଧ ପାଇଁ ବିଶ୍ବ ସ୍ତରରେ ଇତିହାସ ସୃଷ୍ଟି କରିଛି ବୋଲି କହିଛନ୍ତି।
ରାଜନୀତିରେ ନୂଆ ଫର୍ଦ୍ଦ: ମହିଳା ସଫେଇ କର୍ମୀ ହେଲେ ଡେପୁଟି ମେୟର
ଗୟା: ରାଜନୀତିରେ ଜନ ପ୍ରତିନିଧିଙ୍କ ଭାଗିଦାରକୁ ନେଇ ବିହାରର ଗୟା ଜିଲ୍ଲା ନୂଆ ଫର୍ଦ୍ଦ ଯୋଡିବାରେ ଲାଗିଛି। ପୂର୍ବରୁ ପଥର କଟାଳୀ ପରିବାରର ଜଣେ ମହିଳା ଏହି ଅଞ୍ଚଳରୁ ସାଂସଦ ହୋଇଥଲା ବେଳେ ଏବେ ଗୟା ସହରର ଡେପୁଟି ମେୟର ହୋଇଛନ୍ତି ଜଣେ ମହିଳା ସଫେଇ କର୍ମଚାରୀ। ନିକଟରେ ଶେଷ ହୋଇଥିବା ଗୟା ମହାନଗର ନିଗମ ନିର୍ବାଚନରେ ଚିନ୍ତା ଦେବୀ ବିଜୟୀ ହୋଇଥିଲା ବେଳେ ତାଙ୍କୁ ଡେପୁଟି ମେୟର ଭାବେ ନିର୍ବାଚିତ କରାଯାଇଛି। ଡେପୁଟି ମେୟର ପାଇଁ […]