ଆଜି ଇଡିରେ ହାଜର ହେବେ ରାହୁଲ, ଶକ୍ତି ପ୍ରଦର୍ଶନ ପାଇଁ କଂଗ୍ରେସର ସଜବାଜ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଆସନ୍ତାକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବେ। ଏହି ମାମଲାରେ ପଚରା ଉଚରା ପାଇଁ ଇଡି ପକ୍ଷରୁ ତାଙ୍କୁ ପୂର୍ବରୁ ସମନ କରାଯାଇଥିଲା ବେଳେ ବିଦେଶ ଗସ୍ତରୁ ଫେରିସାରିଥିବା ରାହୁଲ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ବାଧ୍ୟ ହେବେ। କିନ୍ତୁ ନିଜ ଦଳର ସର୍ବୋଚ୍ଚ ନେତାଙ୍କୁ ଇଡି ପଚରା ଉଚରା କରିବା ପ୍ରସଙ୍ଗକୁ ଦଳୀୟ ନେତା ହଜମ କରିପାରୁ ନାହାନ୍ତି। ତେଣୁ ଆସନ୍ତାକାଲି ରାହୁଲଙ୍କ ସହ ବରିଷ୍ଠ […]

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଆସନ୍ତାକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବେ। ଏହି ମାମଲାରେ ପଚରା ଉଚରା ପାଇଁ ଇଡି ପକ୍ଷରୁ ତାଙ୍କୁ ପୂର୍ବରୁ ସମନ କରାଯାଇଥିଲା ବେଳେ ବିଦେଶ ଗସ୍ତରୁ ଫେରିସାରିଥିବା ରାହୁଲ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ବାଧ୍ୟ ହେବେ। କିନ୍ତୁ ନିଜ ଦଳର ସର୍ବୋଚ୍ଚ ନେତାଙ୍କୁ ଇଡି ପଚରା ଉଚରା କରିବା ପ୍ରସଙ୍ଗକୁ ଦଳୀୟ ନେତା ହଜମ କରିପାରୁ ନାହାନ୍ତି। ତେଣୁ ଆସନ୍ତାକାଲି ରାହୁଲଙ୍କ ସହ ବରିଷ୍ଠ ନେତାମାନେ ମଧ୍ୟ ଯିବେ ବୋଲି ରବିବାର ପ୍ରସ୍ତୁତି ହୋଇସାରିଛି। ରାହୁଲଙ୍କ ସହ ସମସ୍ତ ସାଂସଦ, କାର୍ଯ୍ୟକାରୀ କମିଟିର ସଦସ୍ୟ ଏବଂ ଅନ୍ୟ ସମସ୍ତ ବରିଷ୍ଠ ନେତୃବୃନ୍ଦ ଇଡି କାର୍ଯ୍ୟାଳୟ ଯାଏଁ ଯବେ ବୋଲି ଦଳର ଅନ୍ୟତମ ପ୍ରମୁଖ ନେତା ସଚ୍ଚିନ ପାଇଲଟ କହିଛନ୍ତି। ଏଥÒସହିତ ସେ ବିଜେପିକୁ ଟାର୍ଗେଟ କରି ଏହି ଦଳ ଘୃଣ୍ୟ ରାଜନୀତି କରୁଛି ବୋଲି କହିଛନ୍ତି। ଯଦି କୌଣସି ବିଜେପି ନେତା କୌଣସି ମାମଲାରେ ଫସିଥାଆନ୍ତେ ତେବେ ସେ କ’ଣ ଇଡି କିମ୍ବା ସିବିଆଇ ଦ୍ବାରା ଜେରାର ସମ୍ମୁଖୀନ ହୋଇଥାଆନ୍ତେ କି ବୋଲି ସଚ୍ଚିନ ପ୍ରଶ୍ନ କରିଛନ୍ତି। କିନ୍ତୁ ବିଜେପି କେବଳ ପ୍ରତିଶୋଧାତ୍ମକ ରାଜନୀତି କରି ଦେଶକୁ ନଷ୍ଟ କରିବାକୁ ବସିଛ। କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ହାତବାରିସି କରି ବିଜେପି ନିଜର ସ୍ବାର୍ଥସାଧନ କରୁଛି ବୋଲି ସେ କହିଛନ୍ତି।

About The Author: The Sakala