ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କ ସମେତ ଆମ ଆଦମି ପାର୍ଟିର ଅନେକ ନେତାଙ୍କ ଘରେ ଇଡି ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ସମେତ ଆମ ଆଦମି ପାର୍ଟିର ଅନେକ ନେତାଙ୍କ ଘରେ ଇଡି ରେଡ୍ କରିଛି । କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଶ୍ୱ କୁମାରଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ କରିଛି ଇଡି ବିଭାଗ । ଦିଲ୍ଲୀ ଜଳ ବୋର୍ଡ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଏହି ଚଢ଼ାଉ ହୋଇଥିବା କୁହାଯାଇଛି । ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ସଦସ୍ୟ ସଲଭ କୁମାର ଓ ଆପ୍ […]

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ସମେତ ଆମ ଆଦମି ପାର୍ଟିର ଅନେକ ନେତାଙ୍କ ଘରେ ଇଡି ରେଡ୍ କରିଛି । କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଶ୍ୱ କୁମାରଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ କରିଛି ଇଡି ବିଭାଗ । ଦିଲ୍ଲୀ ଜଳ ବୋର୍ଡ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଏହି ଚଢ଼ାଉ ହୋଇଥିବା କୁହାଯାଇଛି । ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ସଦସ୍ୟ ସଲଭ କୁମାର ଓ ଆପ୍ ସାଂସଦ ଏନଡି ଗୁପ୍ତା ଏବଂ ଦଳର ଅନ୍ୟ କିଛି ନେତାଙ୍କ ଘରେ ମଧ୍ୟ ଚଢ଼ାଉ କରିଛି ଇଡି। ଦିଲ୍ଲୀ ସମେତ ଚଣ୍ଡିଗଡ଼ ଏବଂ ବାରଣାସୀରେ ମଧ୍ୟ କିଛି ସ୍ଥାନରେ ରେଡ୍ ଚାଲିଛି। ଏହି ରେଡକୁ ନେଇ ପ୍ରତିକ୍ରିୟା ରଖିଛି ଆମ ଆଦମି ପାର୍ଟି। ଦିଲ୍ଲୀର ମନ୍ତ୍ରୀ ଅତିଶୀ ଏହି ରେଡକୁ ନେଇ ଆମେ ଡରିବୁ ନାହିଁ ବୋଲି କହିଛନ୍ତି ।

About The Author: The Sakala