ୟୁକ୍ରେନକୁ ନେଇ କ’ଣ ରହିଛି ପୁଟିନ୍‌ଙ୍କ ଯୋଜନା, ସାମ୍ନାକୁ ଆସିଲା ଋଷର ଭୟାନକ ପ୍ରସ୍ତୁତି

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ୮ଦିନ ବିତିଯାଇଥିବା ବେଳେ ଦିନକୁ ଦିନ ଏହା ତୀବ୍ର ହେବାରେ ଲାଗିଛି। ୟୁକ୍ରେନର ଅନେକ ସହର ଧ୍ବଂସ ହୋଇଯାଇଥିଲେ ବି ମୁଣ୍ଡ ନୁଆଁଇବାକୁ ରାଜି ନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କି। ବିଭିନ୍ନ ସହର ଉପରେ ୠଷର ଘନ ଘନ ମିସାଇଲ ଓ ରକେଟ ମାଡ ଯୋଗୁଁ ଭୟଭୀତ ହୋଇପଡିଛନ୍ତି । ଆଉ ନିଜ ନିଜର ଘର ଛାଡି ଆଶ୍ରୟସ୍ଥଳୀ ମୁହାଁ ହୋଇଛନ୍ତି । ଏପରିକି ବହୁ […]

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ୮ଦିନ ବିତିଯାଇଥିବା ବେଳେ ଦିନକୁ ଦିନ ଏହା ତୀବ୍ର ହେବାରେ ଲାଗିଛି। ୟୁକ୍ରେନର ଅନେକ ସହର ଧ୍ବଂସ ହୋଇଯାଇଥିଲେ ବି ମୁଣ୍ଡ ନୁଆଁଇବାକୁ ରାଜି ନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କି। ବିଭିନ୍ନ ସହର ଉପରେ ୠଷର ଘନ ଘନ ମିସାଇଲ ଓ ରକେଟ ମାଡ ଯୋଗୁଁ ଭୟଭୀତ ହୋଇପଡିଛନ୍ତି । ଆଉ ନିଜ ନିଜର ଘର ଛାଡି ଆଶ୍ରୟସ୍ଥଳୀ ମୁହାଁ ହୋଇଛନ୍ତି । ଏପରିକି ବହୁ ସଂଖ୍ୟାରେ ୟୁକ୍ରେନ ନାଗରିକ ଓ ସେଠାରେ ରହୁଥିବା ବିଦେଶୀ ନାଗରିକ ପଡୋଶୀ ରାଷ୍ଟ୍ରକୁ ଯିବା ପାଇଁ ସୀମା ମୁହାଁ ହୋଇଛନ୍ତି । କିଛି ସୀମା ପାର ହୋଇଯାଇଥିବାବେଳେ ଆଉ କିଛି ଯିବା ପାଇଁ ମାଇନସ୍ ଡିଗ୍ରୀ ତାପମାତ୍ରାରେ ସଂଘର୍ଷ କରୁଛନ୍ତି । ଏତେ ସଂଖ୍ୟକ ସୈନ୍ୟ ଓ ନାଗରିକଙ୍କୁ ହରାଇବା ପରେ ବି ଭୋଲୋଦିମିର୍‌ ଜେଲେନସ୍କି ଋଷ ସେନାକୁ ଚେତାବନୀ ଦେଇଚାଲିଛନ୍ତି।

ଏହରି ମଧ୍ୟରେ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆହୁରି ତ୍ରିବତର ହେଉଥିବା ବେଳେ ସାମ୍ନାକୁ ଆସିଛି ଋଷର ୟୁକ୍ରେନ ଉପରେ ଆକ୍ରମଣର ଭୟାନକ ପ୍ରସ୍ତୁତି। ଲିକ୍‌ ହୋଇଛି ପୁଟିନଙ୍କ ୟୁକ୍ରେନ ଆକ୍ରମଣର ସିକ୍ରେଟ-୧୫ ଯୋଜନା। ୟୁକ୍ରେନ ଦାବି କରିଛି ଯେ ଋଷ ୧୮ ଜାନୁଆରୀରୁ ଆକ୍ରମଣ କରିବାକୁ ଯୋଜନା କରିଥିଲା। ଋଷିୟ ସେନା  ୧୫ ଦିନ ମଧ୍ୟରେ ୟୁକ୍ରେନ ସେନା ଆତ୍ମସମର୍ପଣ କରିବ ବୋଲି ଆକଳନ କରିଛି। ଗୁରୁବାର ଯୁଦ୍ଧ ଆଠ ଦିନରେ ପହଞ୍ଚିଛି। ଅର୍ଥାତ୍ ଆଉ ଆଠ ଦିନ ବାକି ଅଛି ଏବଂ ଏଥି ପାଇଁ ଋଷ ଏବେ ଆକ୍ରମଣକୁ ତୀବ୍ର କରିଛି। ଋଷର ସର୍ବୋଚ୍ଚ ଗୁପ୍ତ ସାମରିକ ଦଲିଲ ଆଧାରରେ ୟୁକ୍ରେନ ଏହି ଦାବି କରିଛି। ୟୁକ୍ରେନ କହିଛି ଯେ ଋଷର ସେନା ଏହି ଦଲିଲଗୁଡ଼ିକୁ ଆତଙ୍କିତ ଅବସ୍ଥାରେ ଛାଡି ପଳାଇଛନ୍ତି ଏବଂ ଏହି ଡକ୍ୟୁମେଣ୍ଟଗୁଡିକରେ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଏକ ସମ୍ପୂର୍ଣ୍ଣ କାର୍ଯ୍ୟ ଯୋଜନା ଅଛି ।

୧୫ ଦିନର ‘ଗୁପ୍ତ ଯୋଜନା’

ଋଷ ଜୋରଦାର ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି ଆକ୍ରମଣ ୟୁକ୍ରେନର ପ୍ରତ୍ୟେକ ପ୍ରମୁଖ ସହରରେ ବିନାଶ ଘଟାଇଛି । କିନ୍ତୁ ୟୁକ୍ରେନ ଅସ୍ତ୍ର ତ୍ୟାଗ କରିବାକୁ ପ୍ରସ୍ତୁତ ନୁହେଁ କିମ୍ବା ଆତ୍ମସମର୍ପଣ କରିବାର କୌଣସି ପ୍ରୟାସ ମଧ୍ୟ ଦେଖାଯାଉନାହିଁ। ଗୋଟିଏ ପଟେ ୟୁକ୍ରେନ ଋଷର ପ୍ରତ୍ୟେକ ଆକ୍ରମଣର ଜବାବ ଦେଉଛି। ଋଷ ଆକ୍ରମଣକୁ ନେଇ ସାରା ବିଶ୍ୱ ଚିନ୍ତିତ। ବୁଧବାର UNGC ରେ ୩୫ ଟି ଦେଶ  ଋଷ ବିରୋଧରେ ଏକ ସଂକଳ୍ପ ସ୍ୱାକ୍ଷର କରିଛନ୍ତି। ବର୍ତ୍ତମାନ ୟୁକ୍ରେନ ଋଷର ଏହି ଗୁପ୍ତ ଯୋଜନା ପ୍ରକାଶ କରି ଏକପ୍ରକାର ବିସ୍ଫୋରଣ କରିଛି। ଋଷର ଏହି ଗୁପ୍ତ ଯୋଜନା ଅନୁଯାୟୀ ଋଷିଆ ୟୁକ୍ରେନ ଉପରେ ଆକ୍ରାମଣ କରିବା ପାଇଁ ୧୮ ଜାନୁଆରୀରୁ ପ୍ରସ୍ତୁତ ହୋଇରହିଥିଲା।

୧୫ଦିନ ମଧ୍ୟରେ ୟୁକ୍ରେନକୁ କାବୁ କରିବାକୁ ଯୋଜନା ଥିଲା

ଋଷର ଏହି ସିକ୍ରେଟ ପ୍ଲାନକୁ ଲିକ୍‌ ହୋଇଥିବା  ଦାବି କରିଛି ୟୁକ୍ରେନର ମିଳିତ ଅପରେସନ୍ କମାଣ୍ଡ ବାହିନୀ । କମାଣ୍ଡ ବାହିନୀ ଦାବି କରିଛି ଯେ ୟୁକ୍ରେନ ସେନା ଋଷୀୟ ଉପକରଣ ସହିତ ଏକ ଗୁପ୍ତ ଡକ୍ୟୁମେଣ୍ଟ ଉଦ୍ଧାର କରିଛି।ସେହି ଡକ୍ୟୁମେଣ୍ଟରେ ଋଷର ଆକ୍ରମଣର ସମ୍ପୂର୍ଣ୍ଣ ଯୋଜନା ରହିଥିଲା ​​। ଏଥିରୁ ଋଷର ଗୁପ୍ତ ଯୋଜନା ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ ଋଷ ୧୫ ଦିନ ମଧ୍ୟରେ ୟୁକ୍ରେନକୁ ସମ୍ପୁର୍ଣ୍ଣ କାବୁ କରିବାକୁ ଯୋଜନା କରିଛି।

ମାର୍ଚ୍ଚ ୬ ପର୍ଯ୍ୟନ୍ତ ଋଷ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ଯୋଜନା କରିଥିଲା

ଋଷ ସେନା ଫେବୃଆରୀ ୨୦ରୁ ଆକ୍ରମଣ କରି ମାର୍ଚ୍ଚ ୬ ତାରିଖ ସୁଦ୍ଧା ନିଜର ଲକ୍ଷ୍ୟ ପ୍ରାପ୍ତ କରିବାର ଯୋଜନା ରଖିଥିଲା। ଏଥି ପାଇଁ ସୀମାରେ ବହୁ ପୂର୍ବରୁ ଋଷ ପ୍ରସ୍ତୁତି ଚଳାଇଥିଲା। ସୀମାରେ ସୈନ୍ୟ ଠୁଳ କରି ଆକ୍ରମଣ ପାଇଁ ଜୋରଦାର ପ୍ରସ୍ତୁତି କରିଥିଲା। ଋଷ ୟୁକ୍ରେନକୁ ଯୁଦ୍ଧରେ ପ୍ରରାସ୍ତ କରିବା ସହ ଦକ୍ଷିଣ ପୂର୍ବ ୟୁକ୍ରେନର ମେଲିଟୋପୋଲକୁ  ନିୟନ୍ତ୍ରଣ ନେବା ଯୋଗନା ରହିଥିଲା।

ଋଷ ସହିତ ଚୀନ ଏବଂ ବେଲାରୁଷ

ୟୁକ୍ରେନ ହାତରେ ଥିବା ଋଷର ସିକ୍ରେଟ ଦଲିଲ ଅନୁଯାୟୀ, ବେଲାରୁଷ ଏବଂ ଚୀନ୍ ମଧ୍ୟ ଋଷର ଏହି ଆକ୍ରମଣ ଯୋଜନାରେ ସକ୍ରିୟ ଭାବରେ ଜଡିତ ଥିବା ଜଣାପଡିଛି। ୟୁକ୍ରେନ ଉପରେ ଋଷର ଆକ୍ରମଣ ବ୍ୟତୀତ ଅନ୍ୟ ଏକ ଯୋଜନା ମଧ୍ୟ ଲିକ୍ ହୋଇଛି। ଏବଂ ତାହା ହେଉଛି ୟୁକ୍ରେନ ନିକଟରେ ଥିବା ଏକ ଛୋଟ ଦେଶ ମଲଡୋଭା ଉପରେ ଋଷର ଆକ୍ରମଣର ଯୋଜନା । ବାସ୍ତବରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିପାଇଁ ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ମଧ୍ୟ ସ୍କାନରରେ ଆସିଛନ୍ତି। ଏହି ହଠାତ୍ ଲିକ୍ ହୋଇଥିବା ଭିଡିଓରୁ ଜଣାପଡିଛି ଯେ ଋଷ ମଧ୍ୟ ମୋଲଡୋଭା ଉପରେ ଆକ୍ରମଣ କରିବାକୁ ଯାଉଛି।

ୟୁକ୍ରେନ ଉପରେ ଆକ୍ରମଣର ନକ୍ସା

ୟୁକ୍ରେନ ହାତରେ ଥିବା ଋଷର ସିକ୍ରେଟ ଦଲିଲରେ ୟୁକ୍ରେନ ଉପରେ ଆକ୍ରମଣ ପାଇଁ କଣ ଯୋଜନା ଦର୍ଶାଯାଇଛି। ଏଥି ସହିତ ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ସହ ରଷର ରାଷ୍ଟ୍ରପତି ପୁଟିନଙ୍କର ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେଥିରେ ମଧ୍ୟ ଲୁକାଶେଙ୍କୋ ଯେଉଁ ମାନଚିତ୍ର ବିଷୟରେ କହୁଛନ୍ତି ତାହା ୟୁକ୍ରେନକୁ ଚାରି ଭାଗରେ ବିଭକ୍ତ କରାଯାଇଛି । ଏଥି ସହିତ ଏଥିରେ ମଧ୍ୟ ୟୁକ୍ରେନରେ ଋଷର ସୈନ୍ୟବାହିନୀର ଗତିବିଧି ବିଷୟରେ ଉଲ୍ଲେଖ କରାଯାଇଛି। ଏଥିରେ ୟୁକ୍ରେନର ଭିତ୍ତିଭୂମି ନଷ୍ଟ କରିବା  ବ୍ୟତୀତ ମୋଲଡୋଭା ଉପରେ ଟାର୍ଗେଟ ଦେଖାଯାଇଛି । ଏହି ଭିଡିଓ ଅନୁଯାୟୀ, ୟୁକ୍ରେନ ବନ୍ଦର ସହର ଓଡେସା ଠାରୁ ମଲଡୋଭା ପର୍ଯ୍ୟନ୍ତ ଅନୁପ୍ରବେଶ ଆସିବ । ମୋଲଡୋଭା ୟୁକ୍ରେନ ଏବଂ ରୋମାନିଆର ସୀମାରେ ଅବସ୍ଥିତ । ଏବଂ ୟୁକ୍ରେନ ପରି, ଏହା ଏକଦା ସୋଭିଏତ ସଂଘର ଏକ ଅଂଶ ଥିଲା ।

ବେଲାଋଷ ଋଷ ସହିତ ଦୃଢ ବନ୍ଧୁତା ବଜାୟ ରଖିଛି 

ଭାଇରାଲ ହୋଇଥିବା ଭିଡିଓରେ ବେଲାଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ତାଙ୍କ ଦେଶର ସୁରକ୍ଷା ପରିଷଦକୁ ସମ୍ବୋଧିତ କରୁଛନ୍ତି। ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ ଭ୍ଲାଦିମିର ପୁଟିନଙ୍କର ଅତି ଘନିଷ୍ଠ ସହଯୋଗୀ। ସୁରକ୍ଷା ପରିଷଦର ସମାନ ବୈଠକରେ ଲୁକାଶେଙ୍କୋ ୟୁକ୍ରେନର ଦକ୍ଷିଣକୁ ଅଧିକ ସୈନ୍ୟ ପଠାଇବାକୁ ଘୋଷଣା କରିଥିଲେ। କିନ୍ତୁ ସେହି ସମୟରେ ସେ ଏହା ମଧ୍ୟ କହିଛନ୍ତି ଯେ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣରେ ବେଲାରୁଷର ସେନା ଭାଗ ନେଉନାହିଁ। ବେଲାରୁଷର ଭୂମି ଏବଂ ଆକାଶ ବ୍ୟବହାର କରି ଋଷ ସୈନ୍ୟମାନେ ୟୁକ୍ରେନ ଉପରେ ଆକ୍ରମଣ କରିସାରିଛନ୍ତି। ଯେଉଁଥିପାଇଁ ଆମେରିକା, ନାଟୋ ଦେଶ ଏବଂ ୟୁରୋପୀୟ ସଂଘ ବଲାରୁଷ ଉପରେ ଅତ୍ୟନ୍ତ କ୍ରୋଧିତ |

ଚୀନ୍ ମଧ୍ୟ ଖୋଲାଖୋଲି ଋଷକୁ ସମର୍ଥନ କରୁଛି

ଚାଇନା ରୁଷର ଆକ୍ରମଣ ବିଷୟରେ ପୂର୍ବରୁ ଅବଗତ ଥିଲା । ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ କୁହାଯାଇଛି ଯେ ଚୀନ୍ ଋଷକୁ ଆକ୍ରମଣର ଯୋଜନାକୁ ଟିକେ ବଢାଇବା ପାଇଁ କହିଥିଲା କାରଣ ଚାଇନାରେ ଶୀତକାଳୀନ ଅଲିମ୍ପିକ୍ ଖେଳ ଚାଲିଥିଲା। ଶୀତକାଳୀନ ଅଲିମ୍ପିକ୍  ପରେ ଆକ୍ରମଣ କରିବାକୁ ଚୀନ କହିଥିଲା। ଆମେରିକାର ଗୁପ୍ତଚର ରିପୋର୍ଟକୁ ଦର୍ଶାଇ ନ୍ୟୁୟର୍କ ଟାଇମ୍ସ ଏହି ଦାବି କରିଛି। ଏଥି ସହିତ ଏବେ ମଧ୍ୟ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଚୀନ୍ କ୍ରମାଗତ ଭାବରେ ସମର୍ଥନ କରୁଛି।

About The Author: The Sakala