ଦିଲ୍ଲୀ ଏମ୍ସରେ ଦ୍ବିତୀୟ ଡୋଜ କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ଵିତୀୟ ଡୋଜ କୋଭିଡ୍‌-୧୯ ଟିକା ଟୀକା ନେଇଛନ୍ତି। ସେ ପ୍ରଥମ ଡୋଜ୍‌ ନେବାର ୩୭ ଦିନ ପରେ ଆଜି ଦିଲ୍ଲୀ ଏମସରେ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଟୀକା ନେବା ସମୟର ଏକ ଫଟୋ ସେୟାର୍‌ କରିବା ସହ ଲେଖିଛନ୍ତି, ଆଜି ‘ଏମ୍‌ସ୍‌’ରେ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍‌ ନେଲି।ଭୂତାଣୁକୁ ପରାହତ କରିବା ଲାଗି ଥିବା ସ୍ୱଳ୍ପ କେତୋଟି ଉପାୟ ମଧ୍ୟରୁ ଟିକାକରଣ ଅନ୍ୟତମ। ଆପଣ […]

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ଵିତୀୟ ଡୋଜ କୋଭିଡ୍‌-୧୯ ଟିକା ଟୀକା ନେଇଛନ୍ତି। ସେ ପ୍ରଥମ ଡୋଜ୍‌ ନେବାର ୩୭ ଦିନ ପରେ ଆଜି ଦିଲ୍ଲୀ ଏମସରେ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଟୀକା ନେବା ସମୟର ଏକ ଫଟୋ ସେୟାର୍‌ କରିବା ସହ ଲେଖିଛନ୍ତି, ଆଜି ‘ଏମ୍‌ସ୍‌’ରେ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍‌ ନେଲି।ଭୂତାଣୁକୁ ପରାହତ କରିବା ଲାଗି ଥିବା ସ୍ୱଳ୍ପ କେତୋଟି ଉପାୟ ମଧ୍ୟରୁ ଟିକାକରଣ ଅନ୍ୟତମ। ଆପଣ ଯଦି ଟିକା ନେବାକୁ ଯୋଗ୍ୟ, ତୁରନ୍ତ ଟିକା ନିଅନ୍ତୁ। CoWin.gov.inରେ ନାମ ପଞ୍ଜିକରଣ କରନ୍ତୁ।


ସୂଚନା ଅନୁଯାୟୀ, ପୁଡୁଚେରୀର ପି. ନିବେଦିତା ଏବଂ ପଞ୍ଜାବର ନିଶା ଶର୍ମା ନାମକ ୨ ଜଣ ନର୍ସ ପ୍ରଧାନମନ୍ତ୍ରୀଙ୍କୁ ଏହି ଦ୍ୱିତୀୟ ଡୋଜ୍‌ ଟିକା ଦେଇଛନ୍ତି। ମାର୍ଚ୍ଚ ପହିଲାରେ ଶ୍ରୀ ମୋଦୀ ଦେଶରେ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ହିତାଧିକାରୀ ଥିଲେ।

About The Author: The Sakala