କେଦାରନାଥରେ ପହଞ୍ଚି ବାବାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦିଲ୍ଲୀ: କେଦାରନାଥ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେଦାରନାଥରେ ପହଞ୍ଚି ବାବାଙ୍କ ଦର୍ଶନ କରିବା ସହ ରୁଦ୍ରାଭିଷେକ କରିଛନ୍ତି। ପୂଜାର୍ଚ୍ଚନା କରିବା ସହ ଦେଶର କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି। Prime Minister Narendra Modi pays obeisance to Lord Shiva at Kedarnath temple in Uttarakhand pic.twitter.com/V9gIdrrgTo — ANI (@ANI) November 5, 2021 ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ଫୁଟର ଉଚ୍ଚ ଆଦି ଶଙ୍କରାଚାର୍ଯ୍ୟଙ୍କ ମୂର୍ତ୍ତିର ଲୋକାର୍ପଣ କରିବେ। […]

ଦିଲ୍ଲୀ: କେଦାରନାଥ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେଦାରନାଥରେ ପହଞ୍ଚି ବାବାଙ୍କ ଦର୍ଶନ କରିବା ସହ ରୁଦ୍ରାଭିଷେକ କରିଛନ୍ତି। ପୂଜାର୍ଚ୍ଚନା କରିବା ସହ ଦେଶର କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି।


ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ଫୁଟର ଉଚ୍ଚ ଆଦି ଶଙ୍କରାଚାର୍ଯ୍ୟଙ୍କ ମୂର୍ତ୍ତିର ଲୋକାର୍ପଣ କରିବେ। ଏହି ପ୍ରତିମୂର୍ତ୍ତିର ଓଜନ ୩୫ଟନ୍ ଏବଂ ଏହା ମଇସୋର ମୂର୍ତ୍ତି କାରିଗର କ୍ଲୋରାଇଟ ସିଷ୍ଟ ଦ୍ୱାରା ନିର୍ମିତ। ଯାହାକି ବର୍ଷା, ସୂର୍ଯ୍ୟ କିରଣ, କଠିନ ଜଳବାୟୁକୁ ସହ୍ୟ କରିବାକୁ ସକ୍ଷମ ହେବ ବୋଲି ଜଣାଯାଇଛି।

କେଦାରନାଥ ପାଇଁ ୪ଶହ କୋଟି ଟଙ୍କାର ପ୍ୟାକେଜ ବି ଘୋଷଣା କରିବେ। ଏହାସହ ନୂଆ କେଦାରପୁରୀ ଅଞ୍ଚଳର ମଧ୍ୟ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କେଦାରନାଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୨୦୧୩ରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୋଦୀ କେଦାରନାଥ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ସେ ପଞ୍ଚମ ଥର ଲାଗି ଏହି ତୀର୍ଥସ୍ଥଳ ଗସ୍ତ କରିଛନ୍ତି।

About The Author: The Sakala