ପୁଣି ବଢିଲା ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଖାଉଟିଙ୍କୁ ବାଧୁଥିବା ବେଳେ ଏବେ ପୁଣି ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି। ଏହାଫଳରେ ଲୋକଙ୍କ ସମସ୍ୟା ଆହୁରି ବଢିଯାଇଛି। ପେଟ୍ରୋଲିୟମ କମ୍ପାନୀଗୁଡିକ ସୋମବାର ମଧ୍ୟରାତ୍ରିରୁ ୧୪.୨ କିଲୋଗ୍ରାମ ଓଜନ ବିଶିଷ୍ଟ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ଏବଂ ୫ କିଲୋଗ୍ରାମ ଓଜନ ବିଶିଷ୍ଟ ସିଲିଣ୍ଡରର ମୂଲ୍ୟ ୯ ଟଙ୍କାକୁ ବୃଦ୍ଧି କରିଛନ୍ତି। ସିଲିଣ୍ଡର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ବେଶ୍‌ […]

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଖାଉଟିଙ୍କୁ ବାଧୁଥିବା ବେଳେ ଏବେ ପୁଣି ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି। ଏହାଫଳରେ ଲୋକଙ୍କ ସମସ୍ୟା ଆହୁରି ବଢିଯାଇଛି। ପେଟ୍ରୋଲିୟମ କମ୍ପାନୀଗୁଡିକ ସୋମବାର ମଧ୍ୟରାତ୍ରିରୁ ୧୪.୨ କିଲୋଗ୍ରାମ ଓଜନ ବିଶିଷ୍ଟ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ଏବଂ ୫ କିଲୋଗ୍ରାମ ଓଜନ ବିଶିଷ୍ଟ ସିଲିଣ୍ଡରର ମୂଲ୍ୟ ୯ ଟଙ୍କାକୁ ବୃଦ୍ଧି କରିଛନ୍ତି।

ସିଲିଣ୍ଡର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ବେଶ୍‌ ପ୍ରଭାବ ପକାଇବ। ସୋମବାର ପର୍ଯ୍ଯନ୍ତ ଘରୋଇ ଗ୍ୟାସର ମୂଲ୍ୟ ୧୪.୨ କିଲୋଗ୍ରାମକୁ ଥିଲା ୮୮୭.୫୦ ଟଙ୍କା, ମଙ୍ଗଳବାର ଠାରୁ ଏହା ମୂଲ୍ୟ ବୃଦ୍ଧି ହୋଇ ୯୧୨.୫୦ ଟଙ୍କା ହୋଇଛି। ସେହିପରି ୫ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ୩୨୬.୫୦ ଟଙ୍କାରୁ ବୃଦ୍ଧି ହୋଇ ୩୩୫.୫୦ ଟଙ୍କା ହୋଇଛି।

About The Author: The Sakala