କୋଭିଡ୍‌ ଟିକାର ପ୍ରଥମ ଡୋଜ୍‌ ନେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ : ଆଜି କୋଭିଡ-୧୯ର ପ୍ରଥମ ଡୋଜ ଟିକା ନେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦିଲ୍ଲୀର ଆରଆର ହସ୍ପିଟାଲରେ ରାମନାଥ କୋବିନ୍ଦ ଟିକା ନେଇଥିବା ଜଣାପଡିଛି । President thanked all doctors, nurses, health workers and administrators who are successfully implementing the largest vaccination drive in history and urged all eligible citizens to get vaccinated. pic.twitter.com/jkZGkcRTJp — President of India (@rashtrapatibhvn) March 3, […]

ନୂଆଦିଲ୍ଲୀ : ଆଜି କୋଭିଡ-୧୯ର ପ୍ରଥମ ଡୋଜ ଟିକା ନେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦିଲ୍ଲୀର ଆରଆର ହସ୍ପିଟାଲରେ ରାମନାଥ କୋବିନ୍ଦ ଟିକା ନେଇଥିବା ଜଣାପଡିଛି ।


ସୂଚନାଯୋଗ୍ୟ ମାର୍ଚ ପହିଲାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ୍‌-୧୯ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ। ଅଧିକ ବ୍ୟାପକ କରାଯାଇଥିବା ଏହି ଟିକାକରଣ ଅଭିଯାନରେ ୬୦ରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ବିଭିନ୍ନ ଶାରୀରିକ ସମସ୍ୟା ଥିବା ୪୫ ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କୁ କୋଭିଡ୍‌-୧୯ ଟିକା ଦିଆଯାଉଛି। ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପ୍ରଥମ ଦିନରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ସମେତ ବହୁ ଶୀର୍ଷସ୍ତରୀୟ ରାଜନେତାମାନେ ଏହି ଟିକା ନେଇ ସାରିଥିବା ବେଳେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋରୋନାର ପ୍ରଥମ ଡୋଜ ଟିକା ନେଇଛନ୍ତି ।

About The Author: The Sakala