ନୂଆଦିଲ୍ଲୀ: ଆଇନ୍ରେ ପରିଣତ ହେଲା ୱାକଫ୍ ବିଲ୍ । ୱାକଫ ସଂଶୋଧିତ ବିଲ୍ ଉପରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର । ରାଷ୍ଟ୍ରପତିଙ୍କ ମୋହର ପରେ ୱାକଫ୍ ସଂଶୋଧନ ବିଲ୍ ଆଇନରେ ପରିଣତ ହୋଇଛି । ବିଲ୍ ୱାକଫ୍ (ସଂଶୋଧିତ) ଆକ୍ଟ-୨୦୨୫ରେ ପରିଣତ । ସଂସଦର ଉଭୟ ଗୃହରେ ବିଲ୍ ପାସ୍ ପରେ ୱାକଫ୍ ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ଏବେ ନୂଆ ୱକଫ ଆଇନକୁ ସାରା ଦେଶରେ ଲାଗୁ କରାଯିବ । ଏ ବାବଦ ପରବର୍ତ୍ତୀ ପ୍ରକ୍ରିୟା ସେହି ଆଧାରରେ ହେବ ।
ପୂର୍ବରୁ ଏହି ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା । ଲୋକସଭାରେ ବିଲ୍ ସପକ୍ଷରେ ୨୨୮ଟି ଭୋଟ୍ ପଡ଼ିଥିଲା ବେଳେ ଏହା ବିରୋଧରେ ୨୩୨ଟି ଭୋଟ୍ ପଡ଼ିଥିଲା । ଅନ୍ୟପଟେ ରାଜ୍ୟସଭାରେ ୧୨୮ ଜଣ ସାଂସଦ ୱାକଫ୍ ବିଲ୍କୁ ସମର୍ଥନ କରିଥିଲେ । ୯୫ ଜଣ ବିରୋଧ କରିଥିଲେ ।
ଅନ୍ୟପଟେ ଏହି ନୂଆ ଆଇନକୁ କଂଗ୍ରେସ ସମେତ କିଛି ଦଳ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ ବିଭିନ୍ନ ରାଜ୍ୟରେ ମୁସଲିମ ସଂଗଠନ ମାନେ ବିରୋଧ ଜାରି ରଖିଛନ୍ତି । ନୂଆ ଆଇନ ଦ୍ବାରା ୱକଫରେ ପକ୍ଷପାତିତା, ୱକଫ ସମ୍ପତ୍ତିର ଅପବ୍ୟବହାର ଓ ଜବରଦଖଲକୁ ରୋକିବା ସମ୍ଭବ ହୋଇପାରିବ ବୋଲି ସରକାର ଯୁକ୍ତି ବାଢିଛନ୍ତି