ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନିରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍ ଗୁରୁବାର ଟିକାର ପ୍ରଥମ ଡୋଜ୍ ଦିଆଯାଇଛି। ଏ ନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି ‘ମୋତେ ଖୁସି ଲାଗୁଛି ଯେ ମୋ ମା’ଙ୍କୁ କରୋନା ଟିକାର ପ୍ରଥମ ଡୋଜ୍ ଦିଆଯାଇଛି। କେହି ବି ଟିକାକରଣ ପାଇଁ ଯୋଗ୍ୟ ତାଲିକାରେ ଆସୁଛନ୍ତି, ସେ ସମସ୍ତେ ଟିକା ନିଅନ୍ତୁ । ଏବଂ ଅନ୍ୟଙ୍କୁ ବି ପ୍ରେରିତ କରନ୍ତୁ।’
ସୂଚନା ଅନୁଯାୟୀ, ଦେଶରେ ଏବେ ଦ୍ୱିତୀୟ ପର୍ୟ୍ୟାୟ କରୋନା ଟିକାକରଣ ଚାଲିଛି। ଏଥିରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଓ ଗମ୍ଭୀର ରୋଗରେ ପିଡ଼ୀତ ଥିବା ବ୍ୟକ୍ତିମାନଙ୍କ ଟିକା ଦିଆଯାଉଛି ।
ମୋଦୀଙ୍କ ମା’ ହୀରାବେନ୍ ଗୁଜୁରାଟରେ ରୁହନ୍ତି ତାଙ୍କୁ ବର୍ତ୍ତମାନ ପାଖାପାଖି ୧୦୦ ବର୍ଷ ହେଲାଣି । ଏହା ପୂର୍ବରୁ ମାର୍ଚ୍ଚ ୧ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି।