ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦୁଇଦିନିଆ ପୋଲାଣ୍ଡ ଗସ୍ତ ସାରି ଆଜି ସକାଳେ ୟୁକ୍ରେନର ରାଜଧାନୀ କିଭିରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୯୯୧ରେ ୟୁକ୍ରେନର ସ୍ୱାଧୀନତା ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁକ୍ରେନ ଗସ୍ତ। ତେବେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କ ନିମନ୍ତ୍ରଣ କ୍ରମେ ଦିନିକିଆ ୟୁକ୍ରେନ ଗସ୍ତରେ ଯାଇଛନ୍ତି ମୋଦୀ । ଏହି ଅବସରରେ ଋଷ-ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ନେଇ ଚର୍ଚ୍ଚା । ଯୁଦ୍ଧଗ୍ରସ୍ତ ୟୁକ୍ରେନର ସ୍ବାଧୀନତା ପରେ […]

ନୂଆଦିଲ୍ଲୀ: ଦୁଇଦିନିଆ ପୋଲାଣ୍ଡ ଗସ୍ତ ସାରି ଆଜି ସକାଳେ ୟୁକ୍ରେନର ରାଜଧାନୀ କିଭିରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୯୯୧ରେ ୟୁକ୍ରେନର ସ୍ୱାଧୀନତା ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁକ୍ରେନ ଗସ୍ତ। ତେବେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କ ନିମନ୍ତ୍ରଣ କ୍ରମେ ଦିନିକିଆ ୟୁକ୍ରେନ ଗସ୍ତରେ ଯାଇଛନ୍ତି ମୋଦୀ । ଏହି ଅବସରରେ ଋଷ-ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ନେଇ ଚର୍ଚ୍ଚା । ଯୁଦ୍ଧଗ୍ରସ୍ତ ୟୁକ୍ରେନର ସ୍ବାଧୀନତା ପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୟୁକ୍ରେନ ମାଟିରେ ପାଦ ରଖିଛନ୍ତି ମୋଦୀ । ତାହାପୁଣି ଏକ ଘଡିସନ୍ଧି ମୁହୂର୍ତ୍ତରେ । ଯାହାକୁ ନେଇ ଅନେକ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଆଜି ସକାଳ ପ୍ରାୟ ୭.୩୦ ରେ ମୋଦୀ କିଭରେ ପହଞ୍ଚିବା ପରେ ସେଠୁ ଏକ ହୋଟେଲକୁ ଯାଇଥିଲେ । ଯେଉଁଠି ତାଙ୍କୁ ଭାରତୀୟ ବଂଶୋଦ୍ଭବଙ୍କ ଦ୍ବାରା ଏକ ଭବ୍ୟ ସ୍ବାଗତ ମିଳିଥିଲା । ମୋଦୀ ମୋଦୀ ଓ ‘ଭାରତ ମାତା କି ଜୟ’ ଧ୍ବନିରେ ପ୍ରକମ୍ପିତ ହୋଇଥିଲା କିଭ୍ ମାଟି । ଯାହାର କିଛି ମୁହୂର୍ତ୍ତ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡେଲରେ ସେୟାର କରିଛନ୍ତି।

About The Author: The Sakala