ଗଗନଯାନ ମିଶନ: ୪ ମହାକାଶଚାରୀଙ୍କ ନାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଥିରୁଅନନ୍ତପୁରମ: ଚନ୍ଦ୍ରଯାନର ସଫଳତା ପରେ ଗଗନଯାନ ଉପରେ ଲକ୍ଷ୍ୟ ରଖିଛି ଏହି ଅନୁସନ୍ଧାନକାରୀ ସଂସ୍ଥା । ଗଗନଯାନ ମିଶନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ୪ ଜଣ ମହାକାଶଚାରୀଙ୍କନାମ ଘୋଷଣା କରିଛନ୍ତି । ମୋଦୀଙ୍କ ଘୋଷଣା ପୂର୍ବରୁ ଗଣମାଧ୍ୟମରେ ୪ଜଣ ମହାକାଶଚାରୀଙ୍କ ନାମ ଘୁରି ବୁଲୁଥିଲା । ସେ ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ମୋଦୀ ସେହି ୪ ମହାକାଶଚାରୀଙ୍କ ନାମ ଘୋଷଣା କରିଛନ୍ତି ।  ଗଗନଯାନ ମିଶନ ପାଇଁ ଘୋଷଣା କରାଯାଇଥିବା ୪ ମହାକାଶଚାରୀମାନେ […]

ଥିରୁଅନନ୍ତପୁରମ: ଚନ୍ଦ୍ରଯାନର ସଫଳତା ପରେ ଗଗନଯାନ ଉପରେ ଲକ୍ଷ୍ୟ ରଖିଛି ଏହି ଅନୁସନ୍ଧାନକାରୀ ସଂସ୍ଥା । ଗଗନଯାନ ମିଶନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ୪ ଜଣ ମହାକାଶଚାରୀଙ୍କନାମ ଘୋଷଣା କରିଛନ୍ତି । ମୋଦୀଙ୍କ ଘୋଷଣା ପୂର୍ବରୁ ଗଣମାଧ୍ୟମରେ ୪ଜଣ ମହାକାଶଚାରୀଙ୍କ ନାମ ଘୁରି ବୁଲୁଥିଲା । ସେ ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ମୋଦୀ ସେହି ୪ ମହାକାଶଚାରୀଙ୍କ ନାମ ଘୋଷଣା କରିଛନ୍ତି ।  ଗଗନଯାନ ମିଶନ ପାଇଁ ଘୋଷଣା କରାଯାଇଥିବା ୪ ମହାକାଶଚାରୀମାନେ ହେଉଛନ୍ତି ଗ୍ରୁପ୍‌ କ୍ୟାପ୍‌ଟେନ୍ ପ୍ରଶାନ୍ତ ବାଲକୃଷ୍ଣ ନାୟାର, ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଜିତ୍‌ କ୍ରିଷ୍ଣନ୍‌, ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା । ଏହି ୪ ମହାକାଶଚାରୀଙ୍କୁ ୱିଙ୍ଗ ଲଗାଇ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ମଦୀ । ତେବେ ଘୋଷଣା ହୋଇଥିବା ଏହି ୪ଜଣ ମହାକାଶଚାରୀ ହେଉଛନ୍ତି ୱିଙ୍ଗ୍ କମାଣ୍ଡର କିମ୍ବା ଗ୍ରୁପ୍ କ୍ୟାପଟେନ୍ । ସମସ୍ତ ଚାରିଜଣ ବେଙ୍ଗାଲୁରୁର ଜ୍ୟୋତିର୍ବିଜ୍ଞାନ ତାଲିମ କେନ୍ଦ୍ରରେ ତାଲିମ ନେଉଥିଲେ ।

ରିପୋର୍ଟ ଅନୁଯାୟୀ, ମହାକାଶଚାରୀ ହେବାକୁ ମନୋନୀତ ହୋଇଥିବା ଅନେକ ଟେଷ୍ଟ ପାଇଲଟଙ୍କ ମଧ୍ୟରୁ ୧୨ ଜଣ ସେପ୍ଟେମ୍ବର ୨୦୧୯ ରେ ବେଙ୍ଗାଲୁରୁରେ ପ୍ରଥମ ସ୍ତର ପାର କରିଥିଲେ । ଭାରତୀୟ ବାୟୁସେନା ଅଧୀନରେ ଥିବା ଏକ ଅନୁଷ୍ଠାନ ଇନଷ୍ଟିଚ୍ୟୁଟ୍ ଅଫ୍ ଏରୋସ୍ପେସ୍ ମେଡିସିନ୍ (ଆଇଏମ୍) ଦ୍ୱାରା ଏହି ଚୟନ କରାଯାଇଥିଲା । ୨୦୨୦ ପ୍ରାରମ୍ଭରେ, ISRO ପ୍ରାରମ୍ଭିକ ତାଲିମ ପାଇଁ ଚାରିଜଣଙ୍କୁ ଋଷିଆକୁ ପଠାଇଥିଲା । କିନ୍ତୁ କୋଭିଡ୍ ହେତୁ ଏହି ତାଲିମରେ କିଛି ଦିନ ବିଳମ୍ବ ହୋଇ ଶେଷରେ ୨୦୨୧ରେ ତାଲିମ ସମାପ୍ତ ହୋଇଥିଲା ।

ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଏକ ରୋବଟ ‘ବ୍ୟୋମମିତ୍ର’କୁ ଗଗନଯାନରେ ମହାକାଶକୁ ପଠାଯିବ। ଯଦି ପରୀକ୍ଷଣ ସଫଳ ହୁଏ ତେବେ ମନୋନୀତ ହୋଇଥିବା ୪ ଜଣ ମହାକାଶଚାରୀଙ୍କୁ ଗଗନଯାନରେ ପଠାଯିବ। ୨୦୨୫ ସୁଦ୍ଧା ଗଗନଯାନରେ ମାନବ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ମହାକାଶ ଅଭିଯାନର ସମୀକ୍ଷା ପାଇଁ କେରଳ ଥିରୁଅନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟର ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଚୟନ ହୋଇଥିବା ୪ ପାଇଲଟଙ୍କୁ ଆଷ୍ଟ୍ରୋନଟ୍ ୱିଙ୍ଗରେ ସମ୍ମାନିତ କରାଯାଇଥିଲା ।

About The Author: The Sakala