ଟିକା ସାର୍ଟିଫିକେଟରେ ରହିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ
ନୂଆଦିଲ୍ଲୀ: ଟିକା ସାର୍ଟିଫିକେଟରେ ରହିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ । ବିଧାନସଭା ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ଟିକା ସାର୍ଟିଫିକେଟରେ ଆଉ ରହିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ । ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଆଦି ରାଜ୍ଯରେ ଟିକା ନେବା ପରେ ସାର୍ଟିଫିକେଟରେ ଏଣିକି ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବ ନାହିଁ । ଏହା ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ୍ନ କରୁଥିବାରୁ କେନ୍ଦ୍ର ସରକାର ପକ୍ଷରୁ ଏହି ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୫ ରାଜ୍ୟ ପାଇଁ […]
ନୂଆଦିଲ୍ଲୀ: ଟିକା ସାର୍ଟିଫିକେଟରେ ରହିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ । ବିଧାନସଭା ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ଟିକା ସାର୍ଟିଫିକେଟରେ ଆଉ ରହିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ । ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଆଦି ରାଜ୍ଯରେ ଟିକା ନେବା ପରେ ସାର୍ଟିଫିକେଟରେ ଏଣିକି ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବ ନାହିଁ । ଏହା ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ୍ନ କରୁଥିବାରୁ କେନ୍ଦ୍ର ସରକାର ପକ୍ଷରୁ ଏହି ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୫ ରାଜ୍ୟ ପାଇଁ କୋ-ଓ୍ୱିନ୍ ପୋର୍ଟାଲରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ହେବ ।
ଆହୁରି ପଢ଼ନ୍ତୁ: ଉତ୍ତରପ୍ରଦେଶର ମିରଟରେ କ୍ଲୋରିନ୍ ଗ୍ୟାସ୍ ଲିକ୍: ଅନେକ ହସ୍ପିଟାଲରେ ଭର୍ତ୍ତି, ସ୍ଥାନୀୟ ଅଞ୍ଚଳରେ ଆତଙ୍କ
ସୂଚନା ଅନୁଯାୟୀ, ଗତବର୍ଷ ଏପ୍ରିଲ-ମେ’ ମାସରେ ପଶ୍ଚିମବଙ୍ଗ, କେରଳ, ଆସାମ, ତାମିଲନାଡୁ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ବେଳେ ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ନେଇ ବିଭିନ୍ନ ରାଜନୈତିକ ଦଳ ଆପତ୍ତି ଉଠାଇଥିଲେ ।
ଆହୁରି ପଢ଼ନ୍ତୁ: ରେଜିନଗରରେ ମମତା ଗୋଷ୍ଠୀ ପ୍ରାର୍ଥୀଙ୍କ ୟୁଟର୍ଣ୍ଣ: ବଦଳିଲା ନାମାଙ୍କନ ପ୍ରତ୍ୟାହାର ନିଷ୍ପତ୍ତି, ପୁଣି ଲଢ଼ିବାକୁ ଘୋଷଣା






