ବଡ ବଡ କଥା କହୁଥିବା ପ୍ରଧାନମନ୍ତ୍ରୀ କ୍ଷମତାକୁ ଉପଭୋଗ କରୁଛନ୍ତି,ନିଜ ଦେଶରେ ଶରଣାର୍ଥୀଙ୍କ ଭଳି ରହୁଛନ୍ତି କାଶ୍ମୀର ପଣ୍ଡିତ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କାଶ୍ମୀରରେ ବୃଦ୍ଧି ପାଉଥିବା ଟାର୍ଗେଟ କିଲିଂ ଓ କାଶ୍ମୀର ପଣ୍ଡିତଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଆଜି ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ଘଟଣା ପାଇଁ ସେ ସିଧାସଳଖ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି । इस साल, कश्मीर में 30 टार्गेटिड किलिंग्स हो चुकी हैं। पंडितों का पलायन तेज़ी से बढ़ रहा है। भाजपा ने यूपीए द्वारा […]

ନୂଆଦିଲ୍ଲୀ : କାଶ୍ମୀରରେ ବୃଦ୍ଧି ପାଉଥିବା ଟାର୍ଗେଟ କିଲିଂ ଓ କାଶ୍ମୀର ପଣ୍ଡିତଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଆଜି ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ଘଟଣା ପାଇଁ ସେ ସିଧାସଳଖ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ।


ସେ କହିଛନ୍ତି ଯେ, କ୍ଷମତାକୁ ଆସିବା ପୂର୍ବରୁ ବଡ ବଡ କଥା କହୁଥିବା ପ୍ରଧାନମନ୍ତ୍ରୀ ଆଜି କ୍ଷମତାକୁ ଉପଭୋଗ କରୁଛନ୍ତି । ହେଲେ କାଶ୍ମୀର ପଣ୍ଡିତମାନେ ନିଜ ଦେଶରେ ଶରଣାର୍ଥୀଙ୍କ ଭଳି ଜୀବନ ଯାପନ କରୁଛନ୍ତି । ରାହୁଲ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ କାଶ୍ମୀର ଘାଟିରେ ୩୦ ଟି ଟାର୍ଗେଟ୍ କିଲିଂ ଘଟଣା ଘଟିଛି । କାଶ୍ମୀରରୁ କାଶ୍ମୀର ପଣ୍ଡିତଙ୍କ ପଳାୟନ ଦ୍ରୁତଗତିରେ ବୃଦ୍ଧି ପାଉଛି । ଏହାସହ ୟୁପିଏ ସରକାର ସମୟରେ ହୋଇଥିବା ସମସ୍ତ ଭଲ କାମକୁ ବିଜେପି ବରବାଦ କରିଦେଇଥିବା କଥା ରାହୁଲ ଗାନ୍ଧୀ କହିଛନ୍ତି।


ସୂଚନା ଅନୁସାରେ, କାଶ୍ମୀର ପଣ୍ଡିତ ପୂରଣ କୃଷ୍ଣାଙ୍କୁ ଚଳିତମାସ ୧୫ ତାରିଖରେ ତାଙ୍କ ଘର ବାହାରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ । ଏହାପରେ ୧୮ ତାରିଖରେ ଭଡାଘରେ ଶୋଇଥିବା ବେଳେ ମୋନିଶ କୁମାର ଓ ରାମ ସାଗରଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା । ଏଭଳି ଭାବେ ଗୋଟିକ ପରେ ଗୋଟିଏ ଘଟଣା କାରଣରୁ ଏବେ ଘାଟିରୁ କାଶ୍ମୀର ପଣ୍ଡିତମାନେ ପଳାୟନ କରୁଛନ୍ତି । ଏହି କ୍ରମରେ ଚୌଧୁରୀଗୁଣ୍ଡ ଗାଁର ୧୦ ଟି କାଶ୍ମୀର ପଣ୍ଡିତ ପରିବାର ଭୟରେ ସୋପିଆରୁ ନିଜ ଘର ଛାଡି ଏବେ ଜମ୍ମୁରେ ପହଂଚିଛନ୍ତି । ଏହାକୁ ନେଇ ଆଜି ବିଜେପିକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ।

About The Author: The Sakala