ଜୀବନ ସନ୍ଧାନରେ ବଡ଼ ସଫଳତା: ମଙ୍ଗଳରେ ପ୍ରସ୍ତୁତ ହେଲା ଅମ୍ଳଜାନ

ନୂଆଦିଲ୍ଲୀ : ମହାଶୂନ୍ୟରେ ମନୁଷ୍ୟକୁ ବଡ଼ ସଫଳତା ମିଳିଛି। ମଙ୍ଗଳ ଗ୍ରହକୁ ଜୀବନ ସନ୍ଧାନରେ ଯାଇଥିବା ଆମେରିକା ମହାକାଶ ଏଜେନ୍ସି ନାସାର ପିଜରଭାରେନ୍ସ ରୋଭରକୁ ପୁଣି ଏକ କୃତିତ୍ବ ହାସଲ କରିଛି। ଏହି ଯାନ ଲାଲ ଗ୍ରହର ପତଳା ବାୟୁମଣ୍ଡଳରେ ଅମ୍ଳଜାନ ପ୍ରସ୍ତୁତ କରିବାରେ ସଫଳ ହୋଇଛି। ଏଥିପାଇଁ ରୋଭରରେ ଏକ ସ୍ବତନ୍ତ୍ର ଡିଭାଇସ ଲଗାଯାଇଥିଲା। ଏହାର ନାମ ମାର୍ସ ଅକ୍ସିଜେନ ଇନ-ସିଟୁ ରିସୋର୍ସ ୟୁଟିଲାଇଜେସନ ଏକ୍ସପିରିମେଣ୍ଟ(ମୋକ୍ସି) ରଖାଯାଇଛି। ସୂଚନା ଅନୁଯାୟୀ ମଙ୍ଗଳ ବାୟୁମଣ୍ଡଳରେ ଅମ୍ଳଜାନ ବହୁତ […]

ନୂଆଦିଲ୍ଲୀ : ମହାଶୂନ୍ୟରେ ମନୁଷ୍ୟକୁ ବଡ଼ ସଫଳତା ମିଳିଛି। ମଙ୍ଗଳ ଗ୍ରହକୁ ଜୀବନ ସନ୍ଧାନରେ ଯାଇଥିବା ଆମେରିକା ମହାକାଶ ଏଜେନ୍ସି ନାସାର ପିଜରଭାରେନ୍ସ ରୋଭରକୁ ପୁଣି ଏକ କୃତିତ୍ବ ହାସଲ କରିଛି। ଏହି ଯାନ ଲାଲ ଗ୍ରହର ପତଳା ବାୟୁମଣ୍ଡଳରେ ଅମ୍ଳଜାନ ପ୍ରସ୍ତୁତ କରିବାରେ ସଫଳ ହୋଇଛି। ଏଥିପାଇଁ ରୋଭରରେ ଏକ ସ୍ବତନ୍ତ୍ର ଡିଭାଇସ ଲଗାଯାଇଥିଲା। ଏହାର ନାମ ମାର୍ସ ଅକ୍ସିଜେନ ଇନ-ସିଟୁ ରିସୋର୍ସ ୟୁଟିଲାଇଜେସନ ଏକ୍ସପିରିମେଣ୍ଟ(ମୋକ୍ସି) ରଖାଯାଇଛି। ସୂଚନା ଅନୁଯାୟୀ ମଙ୍ଗଳ ବାୟୁମଣ୍ଡଳରେ ଅମ୍ଳଜାନ ବହୁତ କମ ୦.୨ ପ୍ରତିଶତ ରହିଛି। କାରର ବ୍ୟାଟେରୀ ଆକାରର ଏହି ରୋବୋ ୨୦୩୦ରେ ବୈଜ୍ଞାନିକମାନେ ମଙ୍ଗଳକୁ ପଠାଇବାକୁ ଚାହୁଁଥିବା ଡିଭାଇସର ଏକ ଛୋଟ ମଡେଲ। ଏକ ଗଛ ଭଳି ମୋକ୍ସି ମଧ୍ୟ ଅଙ୍ଗାରକାମ୍ଳ ଗ୍ରହଣ କରିଥାଏ। ଏହା ସିଓ୨ର ଅଣୁକୁ ଅମ୍ଲଜାନ ଏବଂ କାର୍ବନ ମନୋଅକ୍ସାଇଡରେ ବିଭାଜନ କରିଥାଏ। ଏହା ପରେ ଅମ୍ଲଜାନ ଏବଂ ଅଙ୍ଗାରକାମ୍ଳକୁ ବାୟୁମଣ୍ଡଳକୁ ଛାଡିଥାଏ। ଭବିଷ୍ୟତରେ ଏହି ଭଳି ବଡ ଡିଭାଇସରେ ଅମ୍ଳଜାନ ମହଜୁଦ ରଖାଯିବ ଏବଂ ଏହାକୁ ମନୁଷ୍ୟ ଏବଂ ରେକଟରେ ବ୍ୟବହାର କରାଯିବ। ମୋକ୍ସି ହେଉଛି ଏକ ଛୋଟ ପରୀକ୍ଷଣ। ଏହା ଠିକ ଭାବେ କାମ କଲେ ଘଣ୍ଟାକୁ ୧୦ ଗ୍ରାମ ଅମ୍ଳଜାନ ପ୍ରସ୍ତୁତ କରିପାରିବ। ଏହା ପୂର୍ବରୁ ନାସାର ପିଜରଭାରେନ୍ସ ରୋଭର ସହିତ ମଙ୍ଗଳରେ ପହଞ୍ଚିଥିବା ଇଞ୍ଜିନ୍ୟୁଟି ହେଲିକପ୍ଟର ଲାଲ ଗ୍ରହରେ ଉଡାଣ କରି ଇତିହାସ ରଚିଥିଲା। ଏହା ଜେଜେରୋ କ୍ରେଟରରେ ପ୍ରସ୍ତୁତ ଏକ ଅସ୍ଥାୟୀ ହେଲିପ୍ୟାଡରୁ ଉଡାଣ କରିଥିଲା।

About The Author: The Sakala