ପତଞ୍ଜଳିର କରୋନା ଔଷଧ କରୋନିଲକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ମହାମାରୀ କରୋନାକୁ ରୋକିବା ପାଇଁ ଶୁକ୍ରବା ଏକ ନୂଆ ଔଷଧ ଆଣିଛନ୍ତି। ଏହି ନୂଆ କରୋନା ଔଷଧର ନାଁ ‘କରୋନିଲ’ ହିଁ ରଖାଯାଇଛି। ଦିଲ୍ଲୀ ସ୍ଥିତ କନଷ୍ଟିଚ୍ୟୁସନ କ୍ଲବରେ ଏକ କାର୍ଯ୍ଯକ୍ରମରେ ରାମଦେବ ଏନେଇ ଘୋଷଣା କରିଛନ୍ତି। ଏହି କାର୍ଯ୍ଯ କ୍ରମରେ ତାଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଓ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ମଧ୍ୟ ଉପସ୍ଥିତ ଥିଲେ। କରୋନିଲ ଟାବଲେଟ ଦ୍ୱାରା […]

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ମହାମାରୀ କରୋନାକୁ ରୋକିବା ପାଇଁ ଶୁକ୍ରବା ଏକ ନୂଆ ଔଷଧ ଆଣିଛନ୍ତି। ଏହି ନୂଆ କରୋନା ଔଷଧର ନାଁ ‘କରୋନିଲ’ ହିଁ ରଖାଯାଇଛି। ଦିଲ୍ଲୀ ସ୍ଥିତ କନଷ୍ଟିଚ୍ୟୁସନ କ୍ଲବରେ ଏକ କାର୍ଯ୍ଯକ୍ରମରେ ରାମଦେବ ଏନେଇ ଘୋଷଣା କରିଛନ୍ତି। ଏହି କାର୍ଯ୍ଯ କ୍ରମରେ ତାଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଓ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ମଧ୍ୟ ଉପସ୍ଥିତ ଥିଲେ।

କରୋନିଲ ଟାବଲେଟ ଦ୍ୱାରା ଏବେ କରୋନା ଚିକିତ୍ସା ହୋଇପାରିବ ବୋଲି ପତଞ୍ଜଳି ପକ୍ଷରୁ ଦାବି କରାଯାଇଛି। ସେପଟେ ଆୟୁଷ ମନ୍ତ୍ରାଳୟ ମଧ୍ୟ କରୋନିଲ ଟାବଲେଟକୁ କରୋନା ଔଷଧ ରୂପେ ସ୍ୱୀକୃତି ଦେଇଛି।

ବାବା ରାମଦେବ କହିବା ଅନୁଯାୟୀ,  ପତଞ୍ଜଳିର କରୋନିଲ୍ ଟାବଲେଟ ଦ୍ୱାରା ଏବେ କୋଭିଡ ଚିକିତ୍ସା ହେବ। ଆୟୁଷ ମନ୍ତ୍ରାଳୟ କରୋନିଲ୍ ଟାବଲେଟକୁ ସହାୟକ ଔଷଧ ଭାବେ ମଞ୍ଜୁରୀ ପ୍ରଦାନ କରିଛି।  ଆଜି ଏକ ଐତିହାସିକ ଦିନ, କରୋନିଲ ଔଷଧକୁ ହୁ-ଜିଏମପି ସାର୍ଟିଫାଏଡ୍ ମିଳିଛି।

ପୂର୍ବରୁ କରୋନିଲ୍ ଟାବଲେଟକୁ କେବଳ ଇମ୍ୟୁନିଟି ବୁଷ୍ଟର କୁହାଯାଉଥିଲା। ୭୦ ପ୍ରତିଶତ ଆକ୍ରାନ୍ତ ୩ ଦିନ ଔଷଧର ବ୍ୟବହାର ପରେ ସୁସ୍ଥ ହୋଇଯାଇଥିଲେ ବୋଲି କମ୍ପାନୀ ଦାବି କରିଥିଲା।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେଉଛି। ଅକୟୁର୍ବେଦକୁ ଆମେ ବୈଜ୍ଞାନିକଙ୍କ ପ୍ରମାଣ ସ୍ୱରୂପ ସ୍ଥାପିତ କରିବା ପାଇଁ ଚେଷ୍ଟା ଜାରି ରଖିଛୁ। ଭାରତ ସାରା ବିଶ୍ୱରେ ନେତୃତ୍ୱ ନେବ। କରୋନିଲକୁ ନେଇ ଭିନ୍ନ ଭିନ୍ନ ରୋଗ ଉପରେ ଆମେ ରିସର୍ଚ୍ଚ କରିଛୁ ବୋଲି ଯୋଗଗୁରୁ ବାବା ରାମଦେବ କହିଛନ୍ତି।

ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ସବୁ ପରୀକ୍ଷାରେ କରୋନିଲର ରିପୋର୍ଟ ପଜିଟିଭ ତଥା ସକରାତ୍ମକ ଆସିଛି। ଲୋକଙ୍କୁ ସୁସ୍ଥ ରଖିବାରେ ଆୟୁର୍ବେଦର ଯୋଦଗାନ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ କୌଣସି ନୋଟିଫିକେସନ ଦରକାର ନାହିଁ ବୋଲି ସେ କହିଛନ୍ତି।

About The Author: The Sakala