ଆଇସିୟୁରେ ମହିଳା ରୋଗୀଙ୍କୁ ନର୍ସିଂ କର୍ମଚାରୀଙ୍କ ଦୁଷ୍କର୍ମ

ଅଲୱର: ରାଜସ୍ଥାନର ଅଲୱରରେ ଥିବା ଏକ ମେଡିକାଲ କଲେଜରେ ଘଟିଛି ଅଭାବନୀୟ ଘଟଣା। ଜଣେ ୩୨ ବର୍ଷ ବୟସ୍କା ମହିଳାଙ୍କୁ ଆଇସିୟୁ ଭିତରେ ଦୁଷ୍କର୍ମ କରିଛି ଜଣେ ନର୍ସିଂ କର୍ମଚାରୀ। ମହିଳାଙ୍କୁ ଦୁଷ୍କର୍ମ କରିବା ପୂର୍ବରୁ ସମ୍ପୃକ୍ତ ନର୍ସିଂ ଷ୍ଟାଫ ପ୍ରଥମେ ମହିଳା ରୋଗୀଙ୍କୁ ନିେଶ୍ଚତକ ଇଞ୍ଜେକ୍ସନ ଦେଇଥିଲେ। ମହିଳାଙ୍କୁ ନର୍ସିଂ ଷ୍ଟାଫ୍‌‌ ଦୁଷ୍କର୍ମ କରିବା ବେଳେ ମହିଳାଙ୍କ ସ୍ୱାମୀ ଓ ସମ୍ପର୍କୀୟମାନେ ହସ୍ପିଟାଲ ୱାର୍ଡ ବାହାରେ ଅପେକ୍ଷା କରିଥିଲେ। ମହିଳା ଜଣକ ଶୋଇଥିବା ଶଯ୍ୟା ଚାରିପାଖରେ […]

ଅଲୱର: ରାଜସ୍ଥାନର ଅଲୱରରେ ଥିବା ଏକ ମେଡିକାଲ କଲେଜରେ ଘଟିଛି ଅଭାବନୀୟ ଘଟଣା। ଜଣେ ୩୨ ବର୍ଷ ବୟସ୍କା ମହିଳାଙ୍କୁ ଆଇସିୟୁ ଭିତରେ ଦୁଷ୍କର୍ମ କରିଛି ଜଣେ ନର୍ସିଂ କର୍ମଚାରୀ। ମହିଳାଙ୍କୁ ଦୁଷ୍କର୍ମ କରିବା ପୂର୍ବରୁ ସମ୍ପୃକ୍ତ ନର୍ସିଂ ଷ୍ଟାଫ ପ୍ରଥମେ ମହିଳା ରୋଗୀଙ୍କୁ ନିେଶ୍ଚତକ ଇଞ୍ଜେକ୍ସନ ଦେଇଥିଲେ। ମହିଳାଙ୍କୁ ନର୍ସିଂ ଷ୍ଟାଫ୍‌‌ ଦୁଷ୍କର୍ମ କରିବା ବେଳେ ମହିଳାଙ୍କ ସ୍ୱାମୀ ଓ ସମ୍ପର୍କୀୟମାନେ ହସ୍ପିଟାଲ ୱାର୍ଡ ବାହାରେ ଅପେକ୍ଷା କରିଥିଲେ। ମହିଳା ଜଣକ ଶୋଇଥିବା ଶଯ୍ୟା ଚାରିପାଖରେ ପରଦା ଟାଣିଦେଇ ନର୍ସିଂ ଷ୍ଟାଫ ପ୍ରଥମେ ମହିଳାଙ୍କୁ ନିେଶ୍ଚତକ ଇଞ୍ଜେକ୍ସନ ଦେଇଥିଲେ। ମହିଳା ସାମାନ୍ୟ ଘୁମେଇବା ଅବସ୍ଥାକୁ ଆସିବା ପରେ ସେ ତାଙ୍କୁ ଦୁଷ୍କର୍ମ କରିଥିଲେ। ନିସ୍ତେଜ ଅବସ୍ଥାରେ ଥାଇ ମଧ୍ୟ ମହିଳା ଏହାର ପ୍ରତିବାଦ କରିବା ସହ କାନ୍ଦି କାନ୍ଦି ନିଜ ସ୍ୱାମୀଙ୍କୁ ଡାକିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ନିଶା ପରିମାଣ ଶରୀରରେ ବଢ଼ୁଥିବା ଯୋଗୁଁଁ ସେ ଉଚ୍ଚ ସ୍ୱରରେ ଚିତ୍କାର କରିପାରି ନଥିଲେ। ପରେ ପରେ ମହିଳା ଜଣଙ୍କ ଗଭୀର ନିଦ୍ରାରେ ଶୋଇଯାଇଥିଲେ। ସକାଳୁ ନିଦ ଭାଙ୍କିବା ପରେ ସେ ସମସ୍ତ ଘଟଣା ନିଜ ସ୍ୱାମୀଙ୍କୁ ଜଣାଇଥିଲେ। ସ୍ୱାମୀ ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ଜଣାଇଥିଲେ। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଘଟଣାକୁ ଅସ୍ୱୀକାର କରିବା ସହ ଚପାଇଦେବାକୁ ଉଦ୍ୟମ କରିଥିଲେ। ଅଭିଯୁକ୍ତ ନର୍ସିଂ ଷ୍ଟାଫ ଏନେଇ ସର୍ବସମ୍ମୁଖରେ କ୍ଷମା ମଧ୍ୟ ମାଗିଥିଲେ। ତଥାପି ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନ ଥିଲେ। ତେବେ ପୀଡ଼ିତା ମହିଳାଙ୍କ ନିକଟସ୍ଥ ଶଯ୍ୟାରେ ଚିକିତ୍ସିତ ହେଉଥିବା ଆଉଜଣେ ମହିଳାଙ୍କ ସ୍ୱାମୀ ସମଗ୍ର ଘଟଣା ଦେଖିଥିବା ପ୍ରକାଶ କରିଥିଲେ। ଘଟଣାକୁ ନେଇ ହସ୍‌ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୀଡ଼ିତାଙ୍କ ସ୍ୱାମୀ ଅଲୱାର ପୁଲିସ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି। ଅପରପକ୍ଷରେ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ସିସିଟିଭି ଆଧାରରେ ଯାଞ୍ଚ ଚାଲିଛି। ଘଟଣାର ଅନୁସନ୍ଧାନ ପାଇଁ ତୁରନ୍ତ ଏକ କମିଟି ଗଠନ କରାଯାଇଛି।

About The Author: The Sakala