ନେପାଳରେ ଭୟଙ୍କର ବିମାନ ଦୁର୍ଘଟଣା, ବିମାନରେ ଥିଲେ ୬୮ ଯାତ୍ରୀଙ୍କ ସହ ୪କ୍ରୁ ମେମ୍ବର

ନୂଆଦିଲ୍ଲୀ: ଆଜି ସକାଳେ ନେପାଳର କାଠମାଣ୍ଡୁର ପୋଖରାରେ ଏକ ଭୟଙ୍କର ବିମାନ ଦୁର୍ଘଟଣାର ସୂଚନା ମିଳିଛି । ନେପାଳର ରାଜଧାନୀ କାଠମାଣ୍ଡୁରୁ ପୋଖରା ଯାଉଥିବା ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ଶିକାର ହୋଇଛି । ଏହି ବିମାନରେ ୬୮ଜଣ ଯାତ୍ରୀଙ୍କ ସହ ୪ଜଣ କ୍ରୁ ମେମ୍ବର ଥିବା ଜଣାପଡିଛି । ଦୁର୍ଘଟଣାରେ ଶିକାର ହୋଇଥିବା ବିମାନଟି ୟେତି ଏୟାରଲାଇନ୍ସର ବୋଲି କୁହାଯାଉଛି । #UPDATE | A total of 68 passengers & four crew […]

ନୂଆଦିଲ୍ଲୀ: ଆଜି ସକାଳେ ନେପାଳର କାଠମାଣ୍ଡୁର ପୋଖରାରେ ଏକ ଭୟଙ୍କର ବିମାନ ଦୁର୍ଘଟଣାର ସୂଚନା ମିଳିଛି । ନେପାଳର ରାଜଧାନୀ କାଠମାଣ୍ଡୁରୁ ପୋଖରା ଯାଉଥିବା ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ଶିକାର ହୋଇଛି । ଏହି ବିମାନରେ ୬୮ଜଣ ଯାତ୍ରୀଙ୍କ ସହ ୪ଜଣ କ୍ରୁ ମେମ୍ବର ଥିବା ଜଣାପଡିଛି । ଦୁର୍ଘଟଣାରେ ଶିକାର ହୋଇଥିବା ବିମାନଟି ୟେତି ଏୟାରଲାଇନ୍ସର ବୋଲି କୁହାଯାଉଛି ।


ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ୟେଟି ଏୟାରଲାଇନ୍ସର ମୁଖପାତ୍ର ସୁଦର୍ଶନ ବାର୍ଟାଲା କହିଛନ୍ତି ଯେ ୟେତି ଏୟାର୍‌ଲାଇନ୍‌’ର  ‘ଏଟିଆର୍‌୭୨’ ୭୨ ସିଟ୍ ବିଶିଷ୍ଟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୬୮ ଯାତ୍ରୀଙ୍କ ସହ ୪ ଜଣ କ୍ରୁ ସଦସ୍ୟ ରହିଥିଲେ। ବିମାନଟି ପୋଖରା ବିମାନବନ୍ଦରରୁ ଉଡାଣ ଆରମ୍ଭ କରିବା ବେଳେ ଦୁର୍ଘଟଣାରେ ଶିକାର ହୋଇଛି । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିପାଇଁ ବିମାନବନ୍ଦରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି ।


ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରାଯାଇଥିବା ଚିତ୍ର ଏବଂ ଭିଡିଓଗୁଡିକ ଦୁର୍ଘଟଣାଗ୍ରସ୍ତ ସ୍ଥାନରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା । ହେଲିକପ୍ଟର ଯୋଗେ ଦୁର୍ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି।

About The Author: The Sakala