ବଡ଼ ପ୍ରଶ୍ନ… ପାକିସ୍ତାନ କ’ଣ ବିଶ୍ୱସ୍ତ… ଭାରତ ସର୍ବଦା ମହାନତା ଦେଖାଇଛି, କିନ୍ତୁ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଏହି ପଡ଼ୋଶୀ ଦେଶର ପୁରା ଇତିହାସ କଳୁଷିତ। ପାକିସ୍ତାନର ଚରିତ୍ରଟି ପ୍ରତାରଣାପୂର୍ଣ୍ଣ ରହିଆସିଛି… ଯାହାର ଉଦାହରଣ ଗତକାଲି ଅସ୍ତ୍ରବିରତି ଘୋଷଣା ପରେ ପାକ୍ ପୁଣି ଗୁଳିବର୍ଷା କରିବା। ପାକିସ୍ତାନ ସରକାରଙ୍କ ଉପରେ ସେନାର ପ୍ରାଧାନ୍ୟକୁ ଦୃଷ୍ଟିରେ ରଖି, ଏହି ଅସ୍ତ୍ରବିରତି କେତେ ଦିନ ରହିବ ତାହା ହେଉଛି ସବୁଠୁ ବଡ଼ ପ୍ରଶ୍ନ।
ଭାରତ ଏବଂ ପାକିସ୍ତାନ ଅଗଲା ହେବା ପରଠୁ ପାକିସ୍ତାନ ବିଶ୍ୱାସଘାତକତା କରିଚାଲିଛି। ଦୁଇ ଦେଶ ଅଲଗା ହେବା ପରେ ସ୍ବାଧିନ ଭାବେ ଗଡ଼ଜାତ ରାଜ୍ୟ ଥିବା ଜମ୍ମୁ-କାଶ୍ମୀରକୁ ପାକିସ୍ତାନ ଆତଙ୍କବାଦୀ ଏବଂ ସେନା ସହାୟତାରେ ଦଖଲ କରିବାକୁ ଚେଷ୍ଟା କରିଥିଲା। ଯୁଦ୍ଧ ଆରମ୍ଭ ହୋଇଗଲା। ଏହାକୁ ପ୍ରଥମ କାଶ୍ମୀର ଯୁଦ୍ଧ ଭାବରେ ମଧ୍ୟ ଜଣାଶୁଣା। ଏହା ଅକ୍ଟୋବର ୧୯୪୭ରେ ଆରମ୍ଭ ହୋଇଥିଲା ଯେତେବେଳେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀର ଉପରେ ଆକ୍ରମଣ କରିଥିଲେ। ସେତେବେଳର ଜମ୍ମୁ-କାଶ୍ମୀର ମହାରାଜା ହରି ସିଂହଙ୍କ ଦ୍ୱାରା ଜମ୍ମୁ ଏବଂ କାଶ୍ମୀରକୁ ଭାରତୀୟ ସଂଘରେ ସାମିଲ କରିବା ପରେ, ଭାରତ ଏହି ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ନିଜର ସୈନ୍ୟ ପଠାଇଥିଲା, ଯାହା ଫଳରେ ଦୁଇ ଦେଶ ମଧ୍ୟରେ ପୂର୍ଣ୍ଣ ମାତ୍ରାରେ ସଂଘର୍ଷ ହୋଇଥିଲା। ଜାନୁଆରୀ ୧୯୪୯ ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିଲା, ଯେତେବେଳେ ଜାତିସଂଘ ମଧ୍ୟସ୍ଥତାରେ ଏକ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ଫଳରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କାଶ୍ମୀର ବିଭାଜନ ହୋଇଥିଲା ଏବଂ ଦୁଇ ଦେଶ ମଧ୍ୟରେ ନିୟନ୍ତ୍ରଣ ରେଖା (LoC) ସ୍ଥାପନ ହେଲା।
୧୯୬୫: ଦ୍ୱିତୀୟ ଯୁଦ୍ଧ…
ପାକିସ୍ତାନ କାଶ୍ମୀରରେ ଅନୁପ୍ରବେଶ କରି ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା। ୫ ଅଗଷ୍ଟ ୧୯୬୫ରେ କାଶ୍ମୀରକୁ ନେଇ ସଶସ୍ତ୍ର ସଂଘର୍ଷ ଆରମ୍ଭ ହୋଇଥିଲା। ଏହା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ହଜାର ହଜାର ପାକିସ୍ତାନୀ ସୈନିକ ଆତଙ୍କବାଦୀଙ୍କ ବେଶରେ ଜମ୍ମୁ ଏବଂ କାଶ୍ମୀରର ନିୟନ୍ତ୍ରଣ ରେଖା ପାର କରି ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିଥିଲେ। ଅପରେସନ୍ ଜିବ୍ରାଲ୍ଟର ଭାବରେ ଜଣାଶୁଣା, ଏହି ଗୁପ୍ତ ଅପରେସନ୍ ଅଞ୍ଚଳକୁ ଅସ୍ଥିର କରିବା ଏବଂ ସ୍ଥାନୀୟ ବିଦ୍ରୋହକୁ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଭାରତ ପ୍ରତିଶୋଧମୂଳକ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା, ଯାହା ଅନ୍ତର୍ଜାତୀୟ ସୀମାରେ ପୂର୍ଣ୍ଣ-ସ୍ତରର ଯୁଦ୍ଧରେ ପରିଣତ ହେଲା। ଯୁଦ୍ଧ ୨୩ ସେପ୍ଟେମ୍ବର ୧୯୬୫ ପର୍ଯ୍ୟନ୍ତ ଜାରି ରହିଲା, ଯେତେବେଳେ ଉଭୟ ପକ୍ଷ ସୋଭିଏତ୍ ୟୁନିଅନ୍ ଏବଂ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଯୁଦ୍ଧବିରତି ପାଇଁ ରାଜି ହେଲେ ଏବଂ ୧୯୬୬ ମସିହାରେ ତାସକେଣ୍ଟ ଚୁକ୍ତିନାମା ସ୍ୱାକ୍ଷରିତ ହେଲା।
ବଙ୍ଗାଳୀମାନଙ୍କ ଉପରେ ଅତ୍ୟାଚାର
କେବଳ ଏତିକି ନୁହେଁ, ଯେତେବେଳେ ପୂର୍ବ ପାକିସ୍ତାନରେ ବଙ୍ଗଳା ଭାଷାଭାଷୀ ଲୋକମାନଙ୍କୁ ନିର୍ଯାତନା ଦିଆଯାଇଥିଲା, ସେଠାରୁ ଲୋକମାନେ ବଡ଼ ପରିମାଣରେ ଭାରତରେ ଆଶ୍ରୟ ନେବା ଆରମ୍ଭ କରିଥିଲେ। ପାକିସ୍ତାନ ଏହାର ସୁଯୋଗ ନେଇ ୧୯୭୧ ଡିସେମ୍ବର ୩ରେ ଏକ ଯୁଦ୍ଧ ଆରମ୍ଭ କଲା, ଯେଉଁଥିରେ ସେ ମଧ୍ୟ ଭୟଙ୍କ ଭାବେ ପରାଜୟ ବରଣ କଲା। ଏହି ଯୁଦ୍ଧ ପରେ, ଏକ ସ୍ୱତନ୍ତ୍ର ବାଂଲାଦେଶ ଏକ ନୂତନ ରାଷ୍ଟ୍ରରେ ପରିଣତ ହେଲା। ଏହି ଚୁକ୍ତିନାମାର ଦଶ ଦିନ ପରେ, ରାଜସ୍ଥାନର ନାଗିରେ ଭାରତୀୟ ଜମି ଦଖଲ କରାଯାଇଥିଲା। ୨୧ ଜଣ ସୈନିକଙ୍କ ସହିଦ ହେବା ପରେ ଭୂମି ମୁକ୍ତ ହୋଇଥିଲା।
୧୯୯୯: କାରଗିଲ ଯୁଦ୍ଧ
ଭାରତଠାରୁ ଲଗାତାର ପରାଜୟ ପରେ, ପାକିସ୍ତାନ ପ୍ରକ୍ସି ଯୁଦ୍ଧର ରଣନୀତି ଗ୍ରହଣ କଲା। ଜମ୍ମୁ-କାଶ୍ମୀର ଏବଂ ପଞ୍ଜାବରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିଥିଲା। ଏହା ପରେ, ୧୯୯୯ ମସିହାରେ, ପାକିସ୍ତାନୀ ସୈନିକ ଏବଂ ଆତଙ୍କବାଦୀମାନେ କାର୍ଗିଲର ଶିଖରଗୁଡ଼ିକୁ କବଜା କରିଥିଲେ। ଏହି ଶିଖରଗୁଡ଼ିକୁ ମୁକ୍ତ କରିବା ପାଇଁ ଏକ ଯୁଦ୍ଧ ହୋଇଥିଲା। ଆମେରିକାର ହସ୍ତକ୍ଷେପରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା।
ଉରି, ପୁଲୱାମା ଏବଂ ପହଲଗାମ
ପାକିସ୍ତାନ ଆତଙ୍କବାଦୀ ଆକ୍ରମଣ ଜାରି ରଖିଲା। ୨୦୦୮ ମସିହାରେ ମୁମ୍ବାଇ ଆକ୍ରମଣରେ ସାମିଲ ଥିଲା। ୨୦୧୬ ମସିହାରେ ଉରିରେ ଏକ ସାମରିକ ଘାଟି ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନୀ ଅଞ୍ଚଳ ଭିତରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା।
୨୦୧୯: ପୁଲୱାମା ଆକ୍ରମଣ… ପାକିସ୍ତାନ CRPF କନଭୟ ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲା। ଯେଉଁଥିରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଭାରତ ବାଲାକୋଟରେ ବିମାନ ଆକ୍ରମଣ କରି ଜବାବ ଦେଇଥିଲା।
୨୦୨୫: ପହଲଗାମ ଆକ୍ରମଣ… ଏପ୍ରିଲ ୨୨ ତାରିଖରେ, ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ପହଲଗାମରେ ପର୍ଯ୍ୟଟକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ଯାହା ପରେ ଅପରେସନ୍ ସିନ୍ଦୁର କରାଯାଇଥିଲା। ଯେଉଁଥିରେ ଭାରତ ପାକିସ୍ତାନ ଏବଂ ପିଓକେରେ ଆତଙ୍କବାଦୀଙ୍କ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଛି।