ଆସନ୍ତା ୨୮ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର: ଆସନ୍ତା ୨୮ ଅଗଷ୍ଟରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେବାକୁ ଯାଉଛି। ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ଧର୍ମଘଟ ଦେଶର ସମସ୍ତ ବ୍ୟାଙ୍କରେ ଅନୁଷ୍ଠିତ ହେବ ବୋଲି ଏଆଇବିଇଏର ଜାତୀୟ ସାଧାରଣ ସମ୍ପାଦକ ସି.ଏଚ. ଭେଙ୍କଟାଚଳମ୍ କହିଛନ୍ତି। ଏଆଇବିଇଏ ଏବଂ ଏହାର ସଙ୍ଗଠନ ଉପରେ ରାଜନୈତିକ ଚାପରେ ହେଉଥିବା ଆକ୍ରମଣକୁ ବନ୍ଦ କରିବା, ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ୟୁନିୟନ କେରଳର କର୍ମକର୍ତ୍ତାଙ୍କ ଉପରୁ ପ୍ରତିଶୋଧ […]

ଭୁବନେଶ୍ୱର: ଆସନ୍ତା ୨୮ ଅଗଷ୍ଟରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେବାକୁ ଯାଉଛି। ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ଧର୍ମଘଟ ଦେଶର ସମସ୍ତ ବ୍ୟାଙ୍କରେ ଅନୁଷ୍ଠିତ ହେବ ବୋଲି ଏଆଇବିଇଏର ଜାତୀୟ ସାଧାରଣ ସମ୍ପାଦକ ସି.ଏଚ. ଭେଙ୍କଟାଚଳମ୍ କହିଛନ୍ତି। ଏଆଇବିଇଏ ଏବଂ ଏହାର ସଙ୍ଗଠନ ଉପରେ ରାଜନୈତିକ ଚାପରେ ହେଉଥିବା ଆକ୍ରମଣକୁ ବନ୍ଦ କରିବା, ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ୟୁନିୟନ କେରଳର କର୍ମକର୍ତ୍ତାଙ୍କ ଉପରୁ ପ୍ରତିଶୋଧ ମୂଳକ ଚାର୍ଜସିଟ୍‌ ପ୍ରତ୍ୟାହାର, ରାଜନୈତିକ ଉଦ୍ଦେଶ୍ୟ ରଖି ମିଥ୍ୟା ଓ ମନଗଢ଼ା ଅଭିଯୋଗରେ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କାର୍ଯ୍ୟରତ ପ୍ରାକ୍ତନ ୩ଜଣ କାର୍ଗିଲ ଯୋଦ୍ଧାଙ୍କୁ ହଇରାଣ ହରକତ ବନ୍ଦ କରିବା ଏବଂ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ସମ୍ମାନ ହାନି କରି ଗଣମାଧ୍ୟମରେ ମିଛ ପ୍ରଚାର କରିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏହି ଧର୍ମଘଟର ଡାକରା ଦିଆଯାଇଛି । ଧର୍ମଘଟକୁ ବ୍ୟାଙ୍କ ଶିଳ୍ପରେ ଥିବା ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ସଙ୍ଗଠନ ଏଆଇବିଓସି, ଏନସିବିଇ, ଏଆଇବିଓଏ, ବିଇଏଫଆଇ, ଆଇଏନବିଇଏଫ, ଆଇଏନବିଓସି ସମର୍ଥନ ଜଣାଇଛନ୍ତି। ଏହି ଧର୍ମଘଟକୁ ସଫଳ କରିବା ପାଇଁ ଏଓବିଇଏର ସଭାପତି ସଞ୍ଜୀବ ପତି ଓ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଓଡ଼ିଶାର ବ୍ୟାଙ୍କ କର୍ମଚାରୀମାନଙ୍କୁ ନିବେଦନ କରିଛନ୍ତି।

About The Author: The Sakala