ଜାପାନ ଓ ଆମେରିକା ଭଳି ମୁମ୍ବାଇରେ ତିଆରି ହେଲା ‘ମ୍ୟୁଜିକାଲ୍ ରୋଡ୍’, ଗାଡ଼ି ଗଲେ ଶୁଭୁଛି ‘ଜୟ ହୋ’ ଧୁନ୍

ମୁମ୍ବାଇ: ବିଦେଶରେ ଯେମିତି ସଡ଼କ ଉପରେ ଗାଡ଼ି ଚାଲିଲେ ସଙ୍ଗୀତର ସ୍ୱର ଶୁଭେ, ଠିକ୍ ସେମିତି ଏକ ରାସ୍ତା ଏବେ ଭାରତର ମୁମ୍ବାଇରେ ମଧ୍ୟ ଦେଖିବାକୁ ମିଳିଛି। ଜାପାନ ଏବଂ ଆମେରିକା ଭଳି ମୁମ୍ବାଇରେ ଏକ 'ମ୍ୟୁଜିକାଲ୍ ରୋଡ୍' ପ୍ରସ୍ତୁତ କରାଯାଇଛି। ଏହି ରାସ୍ତା ଦେଇ ଗାଡ଼ି ଗଲାବେଳେ ଏଥିରୁ ସ୍ୱତନ୍ତ୍ର ସଙ୍ଗୀତର ଧୁନ୍ ବାହାରୁଛି। ବର୍ତ୍ତମାନ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ 'ଜୟ ହୋ' ଗୀତର ଧୁନ୍ ଶୁଣାଯାଉଛି।

କିପରି କାମ କରେ ଏହି ରାସ୍ତା?

ମ୍ୟୁଜିକାଲ୍ ରୋଡ୍ ହେଉଛି ଏପରି ଏକ ସଡ଼କ, ଯେଉଁଥିରେ ସ୍ୱତନ୍ତ୍ର ଭାବରେ ଖାଞ୍ଜ ବା ଗ୍ରୁଭ୍ସ (Grooves) ତିଆରି କରାଯାଇଥାଏ। ଯେତେବେଳେ କୌଣସି ଗାଡ଼ି ଏକ ନିର୍ଦ୍ଦିଷ୍ଟ ଗତିରେ ଏହି ରାସ୍ତା ଉପରେ ଚାଲେ, ସେତେବେଳେ ଚକା ଗୁଡ଼ିକ ଏହି ଖାଞ୍ଜ ସହ ଘଷି ହୋଇ କମ୍ପନ ସୃଷ୍ଟି କରନ୍ତି। ଏହି କମ୍ପନ ଶବ୍ଦରେ ପରିବର୍ତ୍ତିତ ହୋଇ ଏକ ନିର୍ଦ୍ଦିଷ୍ଟ ଧୁନ୍ ବା ସଙ୍ଗୀତ ଭଳି ଶୁଣାଯାଏ। ରାସ୍ତାର ଡିଜାଇନ୍ ଏବଂ ଖାଞ୍ଜ ଗୁଡ଼ିକର ଦୂରତା ଅନୁସାରେ ଭିନ୍ନ ଭିନ୍ନ ସ୍ୱର ସୃଷ୍ଟି କରାଯାଇପାରେ।

About The Author: Tapas Ranjan Nanda