ଏଣିକି ଘରୋଇ ବ୍ୟାଙ୍କଗୁଡିକ କରିପାରିବେ ସମସ୍ତ ସରକାରୀ କାମ, ପ୍ରତିବନ୍ଧକ ହଟାଇଲେ ସରକାର

The Sakala Picture
Published On

ନୂଆଦିଲ୍ଲୀ : ଭାରତ ସରକାର ସରକାରୀ ବ୍ୟାଙ୍କ କାରବାର (ଟିକସ ଏବଂ ଅନ୍ୟାନ୍ୟ ରାଜସ୍ୱ ଦେୟ ସୁବିଧା, ପେନ୍‌ସନ୍‌ ଦେୟ ଏବଂ ଛୋଟ ସଞ୍ଚୟ) ଲାଗୁ କରି ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡିକ ଉପରେ ସରକାରୀ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ବୁଧବାର ଅର୍ଥ ସେବା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାପୂର୍ବରୁ, ଏହି ସେବାଗୁଡିକ ପାଇଁ କେବଳ କିଛି ଘରୋଇ କ୍ଷେତ୍ର ବ୍ୟାଙ୍କକୁ ଅନୁମତି ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଅର୍ଥ ସେବା ବିଭାଗ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି […]

ନୂଆଦିଲ୍ଲୀ : ଭାରତ ସରକାର ସରକାରୀ ବ୍ୟାଙ୍କ କାରବାର (ଟିକସ ଏବଂ ଅନ୍ୟାନ୍ୟ ରାଜସ୍ୱ ଦେୟ ସୁବିଧା, ପେନ୍‌ସନ୍‌ ଦେୟ ଏବଂ ଛୋଟ ସଞ୍ଚୟ) ଲାଗୁ କରି ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡିକ ଉପରେ ସରକାରୀ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ବୁଧବାର ଅର୍ଥ ସେବା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାପୂର୍ବରୁ, ଏହି ସେବାଗୁଡିକ ପାଇଁ କେବଳ କିଛି ଘରୋଇ କ୍ଷେତ୍ର ବ୍ୟାଙ୍କକୁ ଅନୁମତି ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ନୂଆଦିଲ୍ଲୀରେ କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ: ଯନ୍ତରମନ୍ତରରେ ଥାଳି-ଚାମଚ ଧରି ପ୍ରତିବାଦ କରିବେ ଯୁବଗୋଷ୍ଠୀ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

ଏହି ପରିପ୍ରେକ୍ଷୀରେ ଅର୍ଥ ସେବା ବିଭାଗ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଗ୍ରାହକଙ୍କ ସୁବିଧାକୁ ଆହୁରି ଉନ୍ନତ କରିବା ଏବଂ ପ୍ରତିଯୋଗିତା ବୃଦ୍ଧି ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ବିବୃତ୍ତିରେ କୁହାଯାଇଛି ଯେ ଭାରତୀୟ ଅର୍ଥନୀତିର ବିକାଶ ତଥା ସରକାରଙ୍କ ସାମାଜିକ କ୍ଷେତ୍ରର ପଦକ୍ଷେପଗୁଡ଼ିକରେ ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ସମାନ ଅଂଶୀଦାର ହେବେ।

ଆହୁରି ପଢ଼ନ୍ତୁ: ପଦ୍ମ ପୁରସ୍କାର ୨୦୨୬: ଅଲକା ୟାଗ୍ନିକ, ରୋହିତ ଶର୍ମା ଏବଂ ଆର. ମାଧବନଙ୍କ ସମେତ ୬୫ ଜଣଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଏହି ନିଷେଧାଦେଶ ରଦ୍ଦ ହୋଇଥିବାରୁ ସରକାରୀ କାର୍ୟ୍ୟ ପାଇଁ ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡିକର ପ୍ରମାଣପତ୍ର ପାଇଁ ଆରବିଆଇ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ବିବୃତ୍ତିରେ କୁହାଯାଇଛି। ଏଥିରେ ସରକାରଙ୍କ ଏଜେନ୍ସି ବ୍ୟବସାୟ ମଧ୍ୟ ଅନ୍ତର୍ଭୁକ୍ତ। ବିବୃତ୍ତିରେ କୁହାଯାଇଛି ଯେ, କେନ୍ଦ୍ର ସରକାର ଏହି ନିଷ୍ପତ୍ତି ଆରବିଆଇକୁ ଜଣାଇଛନ୍ତି।

24 Feb 2021 By The Sakala

ଏଣିକି ଘରୋଇ ବ୍ୟାଙ୍କଗୁଡିକ କରିପାରିବେ ସମସ୍ତ ସରକାରୀ କାମ, ପ୍ରତିବନ୍ଧକ ହଟାଇଲେ ସରକାର

ନୂଆଦିଲ୍ଲୀ : ଭାରତ ସରକାର ସରକାରୀ ବ୍ୟାଙ୍କ କାରବାର (ଟିକସ ଏବଂ ଅନ୍ୟାନ୍ୟ ରାଜସ୍ୱ ଦେୟ ସୁବିଧା, ପେନ୍‌ସନ୍‌ ଦେୟ ଏବଂ ଛୋଟ ସଞ୍ଚୟ) ଲାଗୁ କରି ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡିକ ଉପରେ ସରକାରୀ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ବୁଧବାର ଅର୍ଥ ସେବା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାପୂର୍ବରୁ, ଏହି ସେବାଗୁଡିକ ପାଇଁ କେବଳ କିଛି ଘରୋଇ କ୍ଷେତ୍ର ବ୍ୟାଙ୍କକୁ ଅନୁମତି ଦିଆଯାଇଥିଲା।

ଏହି ପରିପ୍ରେକ୍ଷୀରେ ଅର୍ଥ ସେବା ବିଭାଗ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଗ୍ରାହକଙ୍କ ସୁବିଧାକୁ ଆହୁରି ଉନ୍ନତ କରିବା ଏବଂ ପ୍ରତିଯୋଗିତା ବୃଦ୍ଧି ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ବିବୃତ୍ତିରେ କୁହାଯାଇଛି ଯେ ଭାରତୀୟ ଅର୍ଥନୀତିର ବିକାଶ ତଥା ସରକାରଙ୍କ ସାମାଜିକ କ୍ଷେତ୍ରର ପଦକ୍ଷେପଗୁଡ଼ିକରେ ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ସମାନ ଅଂଶୀଦାର ହେବେ।

ଏହି ନିଷେଧାଦେଶ ରଦ୍ଦ ହୋଇଥିବାରୁ ସରକାରୀ କାର୍ୟ୍ୟ ପାଇଁ ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡିକର ପ୍ରମାଣପତ୍ର ପାଇଁ ଆରବିଆଇ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ବିବୃତ୍ତିରେ କୁହାଯାଇଛି। ଏଥିରେ ସରକାରଙ୍କ ଏଜେନ୍ସି ବ୍ୟବସାୟ ମଧ୍ୟ ଅନ୍ତର୍ଭୁକ୍ତ। ବିବୃତ୍ତିରେ କୁହାଯାଇଛି ଯେ, କେନ୍ଦ୍ର ସରକାର ଏହି ନିଷ୍ପତ୍ତି ଆରବିଆଇକୁ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର