ପାରିବାରକି କଳହର କରୁଣ ପରିଣତି, ୫ ଝିଅଙ୍କ ସହ କୂଅକୁ ଡେଇଁପଡ଼ିଲା ମାଆ

ରାଜସ୍ଥାନ: ରାଜସ୍ଥାନର କୋଟା ଜିଲ୍ଲାର କାଲିୟାହେଦି ଗ୍ରାମରେ କୂଅକୁ ଡେଇଁ ୫ ଝିଅଙ୍କ ସମେତ ମାଆ ଆତ୍ମହତ୍ୟା କରିଛି। ପାରିବାରିକ କଳହକୁ ନେଇ ରବିବାର ଏଭଳି ଦୁଃଖଦ ଘଟଣା ଘଟିଥିବା ବେଳେ ପୁଲିସ ଘଟଣାସ୍ଥଳରୁ ସମସ୍ତ ମୃତଦେହ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁଯାୟୀ, ଚେଚଟ୍‌ ଥାନା ଅନ୍ତର୍ଗତ କାଲିୟାହେଦି ଗ୍ରାମରେ ରହୁଥିବା ୪୦ ବର୍ଷୀୟା ବାଦାମଦେବୀ ଗତକାଲି ବିଳମ୍ବିତ ରାତିରେ ନିଜର ୫ ନାବାଳିକା ଝିଅଙ୍କ ସହ ନିକଟସ୍ଥ ଏକ କୁଅକୁ ଡେଇଁ ପଡ଼ିଥିଲେ। ତାଙ୍କ […]

ରାଜସ୍ଥାନ: ରାଜସ୍ଥାନର କୋଟା ଜିଲ୍ଲାର କାଲିୟାହେଦି ଗ୍ରାମରେ କୂଅକୁ ଡେଇଁ ୫ ଝିଅଙ୍କ ସମେତ ମାଆ ଆତ୍ମହତ୍ୟା କରିଛି। ପାରିବାରିକ କଳହକୁ ନେଇ ରବିବାର ଏଭଳି ଦୁଃଖଦ ଘଟଣା ଘଟିଥିବା ବେଳେ ପୁଲିସ ଘଟଣାସ୍ଥଳରୁ ସମସ୍ତ ମୃତଦେହ ଉଦ୍ଧାର କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଚେଚଟ୍‌ ଥାନା ଅନ୍ତର୍ଗତ କାଲିୟାହେଦି ଗ୍ରାମରେ ରହୁଥିବା ୪୦ ବର୍ଷୀୟା ବାଦାମଦେବୀ ଗତକାଲି ବିଳମ୍ବିତ ରାତିରେ ନିଜର ୫ ନାବାଳିକା ଝିଅଙ୍କ ସହ ନିକଟସ୍ଥ ଏକ କୁଅକୁ ଡେଇଁ ପଡ଼ିଥିଲେ। ତାଙ୍କ ସ୍ବାମୀ ଶିବଲ ବନ୍‌ଜାରାଙ୍କ ସହ ତାଙ୍କର ସଦାସର୍ବଦା କଳହ ହୋଇଆସୁଥିବା ବେଳେ ରାତିରେ ଶିବଲ ବାହାରକୁ ଯାଇଥିବା ବେଳେ ବାଦାମଦେବୀ ଏଭଳି ନିଷ୍ପତ୍ତି ନେଇଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ସକାଳୁ ଗ୍ରାମବାସୀମାନେ କୁଅରେ ଭାସୁଥିବା ଶବଗୁଡିକ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ସମସ୍ତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଚେଚଟ୍‌ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

About The Author: The Sakala