FBI ୧୦ ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଛି ଜଣେ ଭାରତୀୟଙ୍କ ନାଁ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ଜାରି କରିଛି ୧୦ ମୋଷ୍ଟ ୱାଣ୍ଟେଡଙ୍କ ତାଲିକା। ଏହି ତାଲିକାରେ ଜଣେ ଭାରତୀୟଙ୍କ ନାଁ ରହିଛି । FBI ଏହି ମୋଷ୍ଟ ୱାଣ୍ଟେଡଙ୍କ ଉପରେ ୨କୋଟି ୯୦ଲକ୍ଷ ୨୮ହଜାର ୨୫ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଛି। ସୋସିଆଲ ମିଡିଆ ‘ଏକ୍ସ’ ରେ FBI ଏହି ସୂଚନା ଦେଇଛି। The #FBI offers a reward of up to $250,000 for info leading to […]

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ଜାରି କରିଛି ୧୦ ମୋଷ୍ଟ ୱାଣ୍ଟେଡଙ୍କ ତାଲିକା। ଏହି ତାଲିକାରେ ଜଣେ ଭାରତୀୟଙ୍କ ନାଁ ରହିଛି । FBI ଏହି ମୋଷ୍ଟ ୱାଣ୍ଟେଡଙ୍କ ଉପରେ ୨କୋଟି ୯୦ଲକ୍ଷ ୨୮ହଜାର ୨୫ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଛି। ସୋସିଆଲ ମିଡିଆ ‘ଏକ୍ସ’ ରେ FBI ଏହି ସୂଚନା ଦେଇଛି।

ସୂଚନା ଅନୁଯାୟୀ, FBIର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଅହମ୍ମଦାବାଦର ବିରାମଗାମ ଅଞ୍ଚଳର ଭଦ୍ରେଶ କୁମାର ପଟେଲଙ୍କ ନାମ ରହିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ୨୦୧୫ ମସିହାରୁ ଭଦ୍ରେଶ ଫେରାର ଅଛନ୍ତି।

ସୂଚନା ଅନୁଯାୟୀ, ମେରିଲ୍ୟାଣ୍ଡ ରାଜ୍ୟ ହାନୋବରରେ ଥିବା ଡଙ୍କିନ୍ ଡୋନାଟ୍ସ କଫି ସପ୍ ଭିତରେ ଭଦ୍ରେଶ ତାଙ୍କର ୨୧ ବର୍ଷିୟା ସ୍ତ୍ରୀ ପଲକକୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କରିଥିଲେ। ଘଟଣା ସମୟରେ ଗ୍ରାହକମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

WTOP ରିପୋର୍ଟ ଅନୁଯାୟୀ, ହତ୍ୟାକାଣ୍ଡର ପ୍ରାୟ ଏକ ମାସ ପୂର୍ବରୁ ଦମ୍ପତିଙ୍କ ମଧ୍ୟରେ ଝଗଡା ହେଉଥିଲା। ପଲକ ପଟେଲ ଭାରତକୁ ଫେରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ସ୍ୱାମୀ ଏହାକୁ ବିରୋଧ କରୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଭଦ୍ରେଶ ସ୍ତ୍ରୀ ପଲକକୁ ହତ୍ୟା କରିଥିଲା। ଏହାପରେ ଭଦ୍ରେଶ ଫେରାର ହୋଇ ଯାଇଥିଲେ। FBI ଭଦ୍ରଶ ପଟେଲଙ୍କୁ ଜଣେ ହତ୍ୟାକାରୀ ତଥା ବପଜ୍ଜନକ ଅପରାଧୀ କହିଛି। ଏହା ପୂର୍ବରୁ FBI ଭଦ୍ରେଶକୁ ଧରିବା ପାଇଁ ତାଲିକା ଏବଂ ପୁରଷ୍କାର ରାଶି ଘୋଷଣା କରିଥିଲା ।

About The Author: The Sakala