ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଦେଲେ ମଶା, ଅଧିକାରୀ ନିଲମ୍ବିତ

ଭୋପାଳ: ରାତିରେ ଶୋଇବା ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ମଶା କାମୁଡିବାକୁ ନେଇ ରାଜ୍ୟ ପୂର୍ତ୍ତ ବିଭାଗର ଜଣେ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳାକୁ ନେଇ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାରଣ ସେ ସର୍କିଟ ହାଉସରେ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ ଯତ୍ନ ନେଉନଥିଲେ। ମଧ୍ୟପ୍ରଦେଶ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ଲାଗି ମୁଖ୍ୟମନ୍ତ୍ରୀ ସିଦ୍ଧି ଯାଇଥିବାବେଳେ ସେ ରାତିରେ ସର୍କିଟ ହାଉସରେ ରହିଥିଲେ। ତେବେ […]

ଭୋପାଳ: ରାତିରେ ଶୋଇବା ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ମଶା କାମୁଡିବାକୁ ନେଇ ରାଜ୍ୟ ପୂର୍ତ୍ତ ବିଭାଗର ଜଣେ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳାକୁ ନେଇ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାରଣ ସେ ସର୍କିଟ ହାଉସରେ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ ଯତ୍ନ ନେଉନଥିଲେ। ମଧ୍ୟପ୍ରଦେଶ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ଲାଗି ମୁଖ୍ୟମନ୍ତ୍ରୀ ସିଦ୍ଧି ଯାଇଥିବାବେଳେ ସେ ରାତିରେ ସର୍କିଟ ହାଉସରେ ରହିଥିଲେ। ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିଦ ଖରାପ ହେବା ଯୋଗୁ ଜଣେ ଉପ ଯନ୍ତ୍ରୀ ନିଲମ୍ବିତ ହୋଇଥିବା ବେଳେ ଏସଡିଓ ଏବଂ ଜେଇଙ୍କ ୨ ଦିନର ବେତନ କଟାଯାଇଛି। ଏହି ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

About The Author: The Sakala