ଛତିଶଗଡ଼- ମହାରାଷ୍ଟ୍ର ସୀମାନ୍ତରେ ମାଓ ଉତ୍ପାତ, ଜାଳିଦେଲେ ଯାତ୍ରୀବାହୀ ବସ୍ ଓ ଟେଲିଫୋନ ଟାୱାର

ନୂଆଦିଲ୍ଲୀ: ଛତିଶଗଡ଼ ଓ ମହାରାଷ୍ଟ୍ର ସୀମାନ୍ତରେ ମାଓ ଉତ୍ପାତ ଦେଖିବାକୁ ମିିଳିଛି। ଗୋଟିଏ ଯାତ୍ରୀବାହୀ ବସ୍ ଓ ଟେଲିଫୋନ ଟାୱାର ଜାଳିଦେିଛନ୍ତି ମାଓବାଦୀ। ନାରାୟଣପୁର ଜିଲ୍ଲା ଅନ୍ତର୍ଗତ କୋଇଲାବେଡ଼ା ଠାରେ ବସ୍ ଜଳିଦେଇଥିବା ସୂଚନା। ଜିରମତରାଇ ଠାରେ ଜିଓ ଟାୱାରକୁ ଜାଳି ଦେଇଛନ୍ତି ମାଓବାଦୀ। ବିଗତ ଦିନରେ ଦୁଇ ଜଣ ମାଓ ନେତା ଏନକାଉଣ୍ଟରରେ ମୃତ୍ୟୁ ହେବା ପରେ ମାଓବାଦୀ ମାନେ ଉତ୍ପାତ ରଚିବାରେ ଲାଗିଛନ୍ତି। ଦୁଇ ନେତା ଦର୍ଶନ ଓ ଜାଗେସ ମିଛ ଏନକାଉଣ୍ଟରେ ମାରି […]

ନୂଆଦିଲ୍ଲୀ: ଛତିଶଗଡ଼ ଓ ମହାରାଷ୍ଟ୍ର ସୀମାନ୍ତରେ ମାଓ ଉତ୍ପାତ ଦେଖିବାକୁ ମିିଳିଛି। ଗୋଟିଏ ଯାତ୍ରୀବାହୀ ବସ୍ ଓ ଟେଲିଫୋନ ଟାୱାର ଜାଳିଦେିଛନ୍ତି ମାଓବାଦୀ। ନାରାୟଣପୁର ଜିଲ୍ଲା ଅନ୍ତର୍ଗତ କୋଇଲାବେଡ଼ା ଠାରେ ବସ୍ ଜଳିଦେଇଥିବା ସୂଚନା। ଜିରମତରାଇ ଠାରେ ଜିଓ ଟାୱାରକୁ ଜାଳି ଦେଇଛନ୍ତି ମାଓବାଦୀ। ବିଗତ ଦିନରେ ଦୁଇ ଜଣ ମାଓ ନେତା ଏନକାଉଣ୍ଟରରେ ମୃତ୍ୟୁ ହେବା ପରେ ମାଓବାଦୀ ମାନେ ଉତ୍ପାତ ରଚିବାରେ ଲାଗିଛନ୍ତି। ଦୁଇ ନେତା ଦର୍ଶନ ଓ ଜାଗେସ ମିଛ ଏନକାଉଣ୍ଟରେ ମାରି ଦେଇଥିବା ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ମିଳିଥିବା ମାଓ ପୋଷ୍ଟର ଏହା ଉଲ୍ଲେଖ ରହିଛି। ଘଟଣା ପରେ ଛତିଶଗଡ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ତେବେ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

About The Author: The Sakala